ଅପରାଧ

୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Published

on

ସୁନ୍ଦରଗଡ଼ ୨୯/୧୨ : ବଣାଇ ଚାନ୍ଦିପୋଷ ଅଂଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । କିଛିଦିନ ତଳେ ୩ଜଣ ଯୁବକ ଅନ୍ୟ ଏକ ଗ୍ରାମକୁ ଦୁଇ ନାବାଳିକାଙ୍କୁ ଯାତ୍ରା ଦେଖାଇ ନେବା ବେଳେ ପାଖ ଜଙ୍ଗଲକୁ ଟାଣିନେଇ ସେମାନଙ୍କ ସହ ଏଭଳି ନାରକୀୟ କାଣ୍ଡ କରିଥିଲେ । ଦୁଇ ନାବାଳିକା ଓ ୩ ଅଭିଯୁକ୍ତ ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି । ପୀଡିତା ଦୁଇଜଣ ଶନିବାର ଏହି ୩ ଯୁବକଙ୍କ ନାମରେ ଚାନ୍ଦିପୋଷ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଦୁଇ ନାବାଳିକାଙ୍କ ଡାକ୍ତରୀମାଇନା କରିବା ସହ ଘଟଣାର ତଦନ୍ତ କରୁଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version