ରାଜନୀତି

୩୦ଟି ଜିଲ୍ଲାରେ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା

Published

on

ଭୁବନେଶ୍ୱର ୬/୧୨ : ଗୁଡ଼୍ ନ୍ୟୁଜ୍ ଇଣ୍ଡିଆର ସେଲ୍ଟର ହୋମଗୁଡ଼ିକରେ ଚାଲିଥିବା ଦୁର୍ନୀତି ଓ ନିର୍ଯାତନା ଘଟଣା ପାଇଁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ବିଜେଡ଼ି ମୁଖପାତ୍ର ସସ୍ମିତ୍ ପାତ୍ରଙ୍କୁ ଦାୟୀ କରିଛି । ଗୁରୁବାର ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା ଏଭଳି ଅଭିଯୋଗ ଆଣି କହିଛନ୍ତି ଯେ, ଶ୍ରୀ ପାତ୍ରଙ୍କ ଛତ୍ରଛାୟା ତଳେ ଗୁଡ଼୍ ନ୍ୟୁଜ୍ ଇଣ୍ଡିଆର ମୁଖ୍ୟ ଫୟାଜ ରେହେମାନ ଓଡ଼ିଶାରେ ନିଜ ସାମ୍ରାଜ୍ୟ ବଢ଼ାଇ ଚାଲିଥିଲେ । ସେଲ୍ଟର ହୋମ୍ଗୁଡ଼ିକରେ ଏଭଳି ଅନୈତିକ କାର୍ଯ୍ୟ ବିରୁଦ୍ଧରେ ବିଜେପି ମହିଳା ମୋର୍ଚ୍ଚା ୩୦ଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବ । ଆସନ୍ତା ୭ ଓ ୮ ତାରିଖ ଦୁଇଦିନ ଧରି ଆନ୍ଦୋଳନ କରିବ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବ ।

Leave a Reply

Your email address will not be published. Required fields are marked *

Trending

Exit mobile version