ରାଜ୍ୟ

୩୦ ସୁଦ୍ଧା ଖୋଲିବନି ନନ୍ଦନକାନନ

Published

on

ଭୁବନେଶ୍ୱର ୧୨/୫ : ୩୦ ସୁଦ୍ଧା ଖୋଲିବନି ନନ୍ଦନକାନନ ଚିଡିଆଖାନା । ପୁନରୁଦ୍ଧାର କାମ ଶେଷ ହୋଇନଥିବାରୁ , ପର‌୍ୟ୍ୟଟକଙ୍କ ପାଇଁ ଚିଡିଆଖାନା ଖୋଲିବାକୁ ଆହୁରି କିଛି ଦିନ ଲାଗି ଯିବ । ବାତ୍ୟା ଫୋନୀରେ ପୁରା ଛାରଖାର ହୋଇଯାଇଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ବିଶେଷ କରି ଏହି ପ୍ରାଣୀ ଉଦ୍ୟାନରେ ଶହ ଶହ ଗଛ ଉପୁଡି ଯାଇଥିଲା । ଏଠାରେ ଥିବା ୨୧୩ ଟି ଏନକ୍ଲୋଜର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।
ନନ୍ଦନକାନନ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ଚିଡିଆଖାନାରେ ବାତ୍ୟା ଜନିତ ମୋଟ୍ କ୍ଷୟକ୍ଷତି ସାଢେ ୪ କୋଟି ଟଙ୍କାରୁ ଅଧିକ ହେବ । ତେବେ ବାତ୍ୟା ପରେ ଅଂଟା ସଳଖୁଛି ନନ୍ଦନକାନନ । ଏବେ ଏଠାରେ ପୁନରୁଦ୍ଧାର କାମ ଜୋରସୋରରେ ଚାଲିଛି । ଚାରିଆଡେ ଉପୁଡି ପଡିଥିବା ଗଛ ସବୁକୁ ହଟାଇ ରାସ୍ତା ସଫା କାମ ଚାଲିଛି । ସେହିପରି ବିଭିନ୍ନ ଜୀବଜନ୍ତୁଙ୍କ ଖୁଆଡ ଗୁଡିକର ମରାମତି କାମ ବି ଚାଲିଛି ।
ବାତ୍ୟାରେ ଏଠାରେ ଥିବା ୪ ଟି ଯାକ ସଫାରିରେ ବ୍ୟାପକ କ୍ଷତି ହୋଇଥିଲା । ଏସବୁର ମରାମତି ସହିତ ଏବେ ନନ୍ଦନକାନନକୁ ବିଜୁଳି ସଂଯୋଗ କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version