ରାଜନୀତି

୩୧ରେ କ୍ରାଇମବ୍ରାଂଚ ଅଫିସ ଘେରାଉ କରିବ ବିଜେପି

Published

on

ଭୁବନେଶ୍ୱର ୨୯/୧୨ : ଆସନ୍ତା ୩୧ ତାରିଖରେ ବିଜେପି ପକ୍ଷରୁ କ୍ରାଇମବ୍ରାଂଚ ଅଫିସ ଘେରାଉ କରାଯିବ । ପିପିଲି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଂଚ ସଠିକ୍ ତଦନ୍ତ କରିନଥିବା ଅଭିଯୋଗ କରି ତାହା ବିରୁଦ୍ଧରେ ଆନ୍ଦୋଳନ ପାଇଁ ଦଳ ନିଷ୍ପତ୍ତି ନେଇଛି ବୋଲି ବିଜେପି ମହିଳାମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କ୍ରାଇମବ୍ରାଂଚର ଅପାରଗତା ପାଇଁ ଅଭିଯୁକ୍ତମାନେ ଖସିଗଲେ । ମହିଳାମୋର୍ଚ୍ଚା ପକ୍ଷରୁ ଆସନ୍ତା ୩୧ ତାରିଖରେ କ୍ରାଇମବ୍ରାଂଚ ଅଫିସ ଘେରାଉ କରାଯାଇ ଏହାର ପ୍ରତିବାଦ କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version