ଭୁବନେଶ୍ୱର ୨୭/୧ : ଆମ ଆଦମୀ ପାର୍ଟି ସଭାପତି ଅରବିନ୍ଦ କେଜରିୱାଲ ଆସନ୍ତା ୩୧ ତାରିଖରେ ଭୁବନେଶ୍ୱର ଆସିବେ । ସେ ଲୋୟର ପିଏମଜିରେ ଏକ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ନିକଟରେ କଂଗ୍ରେସରୁ ବହିଷ୍କୃତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଧ୍ୟ ଯୋଗଦେବେ । ଆସନ୍ତା ନିର୍ବାଚନରେ ଆମ ଆଦମୀ ପାର୍ଟି ଓଡ଼ିଶାରେ ପ୍ରାର୍ଥୀ ଦେବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।