ନୂଆଦିଲ୍ଲୀ ୧୫/୩ : ଦିଲ୍ଲୀ ପୁଲିସ ୮୩ କିଲୋଗ୍ରାମର ହିରୋଇନ ଜବତ କରିବା ସହ ଏବଂ ୧୦ ଜଣ ଲୋକଙ୍କୁ ଗିରଫ କରିଛି । ତେବେ ଅନ୍ତରାଷ୍ଟ୍ରୀୟ ବଜାରରେ ଏହି ହିରୋଇନର ଦାମ ୩୩୨ କୋଟି ।
ସୂଚନାଯୋଗ୍ୟ, ଗତକାଲି ଏହିଭଳି ଏକ ଘଟଣା ଘଟିଥିଲା । ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ସିଆଇଏସଏଫର ଯବାନ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଧୂପକାଠି ପ୍ରସ୍ତୁତ ପାଇଁ ଲାଗୁଥିବା କାଠି ଜବତ କରିଥିଲେ । ଜବତ ହୋଇଥିବା କାଠିର ମୂଲ୍ୟ ୨କୋଟି ଟଙ୍କା । ଏହା ପରେ ସିଆଇଏସଏଫ ଯାତ୍ରୀଙ୍କୁ କଷ୍ଟମ ବିଭାଗକୁ ହସ୍ତାନ୍ତର କରିଛନ୍ତି । କଷ୍ଟମ ବିଭାଗ ଏବେ ପଚରାଉଚୁରା କରି ଯାତ୍ରୀଙ୍କୁ ଅଟକ ରଖିଛି ।