ରାଜ୍ୟ

୩ କୋଟିର ଗଞ୍ଜେଇ ଜବତ : ୧୫ ଗିରଫ

Published

on

କୋରାପୁଟ ୮/୬ : ୩ ଦିନ ଭିତରେ ୧୫ ଜଣ ଗଞେଇ ମାଫିଆଙ୍କୁ ଗୋଡ଼େଇ ଗୋଡ଼େଇ ଧରିବାରେ ସଫଳ ହୋଇଛି ପୋଲିସ । ଗଂଜେଇ କାରବାରରେ ସାମିଲ ବହୁ ନାମି ଦାମିି ଗାଡ଼ିକୁ ବି ପୁଲିସ କାବୁ କରିନେଇଛି । କୋରାପୁଟ ଜିଲ୍ଳା ଗଂଜେଇ କାରବାର ପେଣ୍ଠ ସ୍ଥଳି ପାଲଟିଛି । ଏହାକୁ ରୋକିବା ସହ ଏହି କାରବାରର ମୂଳୋତ୍ପାଟନ କରିବା ପାଇଁ ଜିଲ୍ଳାରେ ପୋଲିସ ଆରମ୍ବ କରିଛି କ୍ଳିନ୍ ଜୟପୁର ଅଭିଯାନ ।
ଏହି ଅଭିଯାନରେ ଗତ ୩ ଦିନ ଭିତରେ କୋରାପୁଟ ପୋଲିସ ଜିଲ୍ଳାର ଲମତାପୁଟରୁ ଭାୟା ବୈପାରିଗୁଡ଼ା ହୋଇ ମଧ୍ୟପ୍ରଦେଶ, ହରିଆନା, ମହାରାଷ୍ଟ୍ର, ପଶ୍ଚିମବଙ୍ଗକୁ ଗଂଜେଇ ଚୋରାଚାଲାଣ କରୁଥିବା ୧୫ ଜଣିଆ ଗଂଜେଇ ମାଫିଆଙ୍କୁ ବାନ୍ଧିଛି ପୁଲିସ । ଏହାସହ ୧୦ ଟନ ୫ କ୍ୱିଇଂଟାଲ ଗଂଜେଇ ଜବତ ହୋଇଛି । ଏହାର ଆନୁମାନିକ ମୁଲ୍ୟ ୩ କୋଟିରୁ ଉର୍ଦ୍ଧ ହେବ ବୋଲି କହିଛି ପୋଲିସ ।

Leave a Reply

Your email address will not be published. Required fields are marked *

Trending

Exit mobile version