ଦେଶ ବିଦେଶ

୩ ତଲାକ ବିଲକୁ ନେଇ ହଟ୍ଟଗୋଳ, ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ : ବିରୋଧ ନୁହେଁ ସଂଶୋଧନ ଚାହୁଁଛି ବିଜେଡ଼ି

Published

on

ଭୁବନେଶ୍ୱର ୩୧/୧୨ : ୩ ତଲାକ ବିଲକୁ ସୋମବାର କଂଗ୍ରେସ ସମେତ ମୋଟ ୧୦ଟି ଦଳ ବିରୋଧ କରିବାରୁ ବିଲଟି ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟସଭାରେ ଆଗତ ହୋଇପାରିନାହିଁ । ବିଲଟିକୁ ସିଲେକ୍ଟ କମିଟିକୁ ପଠାଇବା ଜିଦରେ ଅଟଳ ରହି ପ୍ରବଳ ପାଟିତୁଣ୍ଡ କରିବାରୁ ଗୃହ ଚାଲିପାରିନଥିଲା । ଫଳରେ ଅଧ୍ୟକ୍ଷ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିବା ପାଇଁ ବାଧ୍ୟ ହୋଇଥିଲେ ।
ଏହି ପରିପ୍ରେକ୍ଷୀରେ ବିଲଟିକୁ ବିଜେଡ଼ି ବିରୋଧ କରୁନାହିଁ ବୋଲି ଦଳୀୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ବିଜେଡ଼ି ଏହି ବିଲରେ କେବଳ ସଂଶୋଧନ ଚାହୁଁଛି । ୩ ତଲାକ ଦେଉଥିବା ବ୍ୟକ୍ତିଙ୍କ ପାଇଁ ବିଲଟିରେ ୩ ବର୍ଷର ଯେଉଁ କାରାଦଣ୍ଡ ବ୍ୟବସ୍ଥା ରହିଛି ତାହା ସ୍ଥାନରେ ଜୋରିମାନା ବ୍ୟବସ୍ଥା କରାଯିବା ଉଚିତ ହେବ ବୋଲି ବିଜେଡ଼ି ବିଚାର କରେ । ସରକାର ମଧ୍ୟ ଏ ପ୍ରସଙ୍ଗ ନେଇ ବିରୋଧୀ ଦଳ ସହ ଆଲୋଚନା କରିବା ଉଚିତ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version