ଦେଶ ବିଦେଶ

୩ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ଗମ୍ଭୀର

Published

on

ନୂଆଦିଲ୍ଲୀ ୨୪/୫ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ରାଜନୀତି ମୈଦାନରେ ପାଦ ରଖୁରଖୁ ଧମାଲ କରିଛନ୍ତି । ପୂର୍ବ-ଦିଲ୍ଲୀ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢି ଦମଦାର ବିଜୟ ହାସଲ କରିଛନ୍ତି ଗମ୍ଭୀର। କ୍ରିକେଟ୍ ମୈଦାନରେ କ୍ରୀଡାପ୍ରେମୀ ଯେମିତି, ଗମ୍ଭୀରଙ୍କ ଉପରେ ବିଶ୍ୱାସ ରଖିଥାନ୍ତି, ନିର୍ବାଚନ ମୈଦାନରେ ମଧ୍ୟ ତାଙ୍କୁ ଭରସିଛନ୍ତି ଜନତା । ୨୦୧୯ ନିର୍ବାଚନରେ ୩୯୧୨୨୨ ଭୋଟ୍ ବ୍ୟବଧାନରେ ଜିତି ପ୍ରଥମ ଥର ପାଇଁ ସଂସଦରେ ପାଦ ଥାପିବାକୁ ଯାଉଛନ୍ତି ଗୌତମ ଗମ୍ଭୀର ।
୨୦୧୧ରେ ଟିମ୍ ଇଣ୍ଡିଆକୁ ବିଶ୍ୱକପ ବିଜୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୩୭ ବର୍ଷୀୟ ଗୌତମ ଗମ୍ଭୀର ପ୍ରଥମ ଥର ପାଇଁ ବିଜେପି ଟିକେଟରେ ନିର୍ବାଚନୀ ରଣାଙ୍ଗନରେ ପାଦ ଥାପିଥିଲେ । ଟିକେଟ୍ ମିଳିବା ପରେ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ ଏହି ବିଜେପି ପ୍ରାର୍ଥୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଯୋଜନା ଓ ଜନହିତକର କାର‌୍ୟ୍ୟକୁ ନେଇ ଭୋଟରଙ୍କ ନିକଟକୁ ଜନସମର୍ଥନ ପାଇଁ ଯାଇଥିଲେ ଗମ୍ଭୀର ।

Leave a Reply

Your email address will not be published. Required fields are marked *

Trending

Exit mobile version