ଅପରାଧ

୩ ଲକ୍ଷ ଟଙ୍କାର ଜାଲନୋଟ ଜବତ : ୨ ଗିରଫ

Published

on

ଗଜପତି ୧୮/୩ : ପାରଳାଖେମୁଣ୍ଡି ସିର୍ଦ୍ଧାର୍ଥନଗରରେ ଟାଉନ ଥାନା ପୋଲିସ ଚଢାଉ କରି ୩ ଲକ୍ଷ ଟଙ୍କାର ଜାଲନୋଟ ଜବତ କରିଛି । ଜାଲ ନୋଟ ପାଇଁ ବ୍ୟବହୃତ ସାମଗ୍ରୀ ସହ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଗଜପତି ଜିଲ୍ଳା ସଦରମହକୁମା ପାରଳାଖେମୁଣ୍ଡି ସିର୍ଦ୍ଧାର୍ଥନଗରରେ ସୁରାକ ପାଇ ଟାଉନ ଥାନା ପୋଲିସ ଚଢାଉ କରିଛି । ସେଠାରୁ ୩ ଲକ୍ଷ ଟଙ୍କାର ଜାଲନୋଟ ପୋଲିସ ଜବତ କରିଛି । ଜାଲ ନୋଟ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ ସହ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି । କେଉଁ ପରିସ୍ଥିତିରେ ଜାଲନୋଟ ଆସିଲା ଜାଣିବାକୁ ଟାଉନ ଥାନା ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version