ଦେଶ ବିଦେଶ

୩ ସାଥୀ ଯବାନଙ୍କୁ ହତ୍ୟା କଲେ ସିଆରପିଏଫ ଯବାନ

Published

on

ଜାମ୍ମୁ ୨୧/୩ : ନିଜର ୩ ଜଣ ସାଥୀ ଯବାନଙ୍କୁ ଗୁଳିମାଡ଼ କରିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ୩ ଜଣଙ୍କୁ ଗୁଳି ମାରିଥିବା ଯବାନ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । ତାଙ୍କର ଅବସ୍ଥା ଅତ୍ୟନ୍ତ ଉଦବେଗଜନକ ରହିଛି। କୌଣସି କାରଣରୁ ଏହି ଯବାନଙ୍କ ସହ ଅନ୍ୟ ୩ ଜଣଙ୍କ ବିବାଦ ହୋଇଥିଲା।
ଏହି ଯବାନମାନେ ୧୮୭ ବାଟାଲିୟନର ବୋଲି ଜଣାପଡ଼ିଛି। ଏହି ଘଟଣା ଅନ୍ୟ ଯବାନଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ମାମଲାର ଖୋଳତାଡ଼ ଆରମ୍ଭ ହୋଇଯାଇଛି। କନେଷ୍ଟବଳ ଅଜିତ ସିଂହ ନିଜ ବନ୍ଧୁକରୁ ହେଡ୍ କନେଷ୍ଟବଳ ପୋଖରମଲ, ହେଡ୍ କନେଷ୍ଟବଳ ଯୋଗୀନ୍ଦର ସିଂହ ଏବଂ ଉମ୍ମେଦ ସିଂହଙ୍କୁ ଅତି ନିକଟରୁ ଗୁଳି ମାରିଥିଲେ ଏବଂ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version