ରାୟଗଡ଼ା ୧୬ : ହରିପୁର ଗାଁରେ ନିଆଁଲାଗି ଚାରୋଟି ପରିବାରର ଆଠ ବଖରା ଘର ଜଳି ଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତ ପୋଡ଼ି ପାଉଁଶ ହୋଇଯାଇଛି ।ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ନାଇଡ଼ା ହରିପୁର ଗାଁରେ ନିଆଁଲାଗି ଚାରୋଟି ପରିବାରର ଆଠ ବଖରା ଘର ଜଳି ଭସ୍ମ ହୋଇଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ରେ ନିଆଁ ଲାଗି ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରାଯାଇଥିବା ଜଣାପଡ଼ିଛି । ସର୍ଟସର୍କିଟ କାରଣରୁ ଘରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ କୈାଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି ।