ନୂଆଦିଲ୍ଲୀ ୧୦/୧ : କ୍ଷୁଦ୍ର ବ୍ୟବସାୟୀମାନେ ଏଣିକି ଜିଏସଟିରୁ ଉପକୃତ ହେବେ । ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି କମିଟିର ୩୨ତମ ବୈଠକରେ ଜିଏସଟି ଛାଡ ସୀମା ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୨୦ ଲକ୍ଷ ଟଙ୍କା ଥିଲା । ଛୋଟ ଛୋଟ ରାଜ୍ୟଗୁଡ଼ିକରେ ଏହି ଛାଡ଼ ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୂଚନା ଦେଇଛନ୍ତି ।
କମ୍ପୋଜିସନ ସ୍କିମ ସୀମା ୧ କୋଟି ଟଙ୍କାରୁ ୧.୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା କ୍ଷୂଦ୍ର ବ୍ୟବସାୟୀମାନେ ଉପକୃତ ହେବେ ବୋଲି ଶ୍ରୀ ଜେଟଲି କହିଛନ୍ତି ।