ଦେଶ ବିଦେଶ

୪୦ ହଜାରରୁ ଅଧିକ ବ୍ୟବସାୟୀ ସଂଗଠନ ଚୀନ୍ ସାମଗ୍ରୀକୁ ବହିଷ୍କାର ପାଇଁ ଦେଇଛନ୍ତି ଆହ୍ୱାନ

Published

on

ନୂଆଦିଲ୍ଲୀ ୧୬/୩ : ଆତଙ୍କବାଦୀ ମସୁଦ୍ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରିବା ମାମଲାରେ ଚୀନ୍ ପୁଣିଥରେ ନିଜ ଭିଟୋ ପାୱାରର ଉପଯୋଗ କରି ପାକ୍ କୁ ପୁଣିଥରେ ସାହାର‌୍ୟ୍ୟ କରିବା ଘଟଣାରୁ ଚୀନ୍ ନିଜକୁ ଭାରତ ସୁରକ୍ଷା ବିରୋଧି ସାବ୍ୟସ୍ତ କରିସାରିଛି । ଚୀନର ଏଭଳି ବ୍ୟବହାରରେ ଦେଶସାରା ଆକ୍ରୋଶର ବହ୍ନି ଜଳୁଛି । ଏବେ ପାକିସ୍ତାନ ସମେତ ଚୀନକୁ ମଧ୍ୟ ଦେଶବାସୀ ଭାରତ ସୁରକ୍ଷାର ଶତ୍ରୁ ବୋଲି ଭାବିବା ସହ ଚୀନକୁ ଉଚିତ୍ ଯବାବ୍ ଦେବାକୁ ଚାହୁଁଛନ୍ତି । ଏହି କ୍ରୋଧକୁ ଜାହିର କରିବାକୁ ଯାଇ କନଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍) ୭ କୋଟି ବ୍ୟବସାୟୀଙ୍କ ପ୍ରତିନିଧିତ୍ୱ କରୁଥିବା ଦେଶରୁ ୪୦ ହଜାରରୁ ଅଧିକ ବ୍ୟବସାୟୀ ସଂଗଠନ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
କେଟ୍ ହୋଲି ଅବସରରେ ଆଗାମୀ ୧୯ ମାର୍ଚ୍ଚରେ ଦେଶସାରା ଚୀନ୍ ସାମଗ୍ରୀକୁ ଜଳାଇବା ପାଇଁ ଘୋଷଣା କରିଛି । ରାଜଧାନୀ ଦିଲ୍ଲୀରେ ଏହି କାର‌୍ୟ୍ୟକ୍ରମ ହେବ । ଅନ୍ୟପକ୍ଷରେ ଦେଶସାରା ୧୫୦୦ ସ୍ଥାନରେ ଚୀନ୍ ବସ୍ତୁକୁ ଜଳାଯିବ । କେଟ୍ ତରଫରୁ ସରକାରଙ୍କୁ କୁହାଯାଇଛି ପ୍ରଥମ ଚରଣରେ ଚୀନ୍ ରୁ ଆସୁଥିବା ବସ୍ତୁକୁ ୩୦୦ ରୁ ୫୦୦ ପ୍ରତିଶତ କଷ୍ଟମ୍ ଡ୍ୟୁଟି ଲଗାଯାଉ । କେଟ୍ ତରଫରୁ ସରକାରଙ୍କୁ କୁହାଯାଇଛି ଯେ ଚୀନ୍ କଞ୍ଚାମାଲ୍ ଏବଂ ପ୍ରଡକ୍ଟ ଉପରେ ଧ୍ୟାନ ନ ଦେଇ ଭାରତର ଘରୋଇ ଉଦ୍ୟୋଗ ଉପରେ ସରକାର ସ୍ୱେଶାଲ୍ ପ୍ୟାକେଜ୍ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *

Trending

Exit mobile version