ରାଜ୍ୟ

୪୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୃହତ ଜଳଯୋଗାଣ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Published

on

ବ୍ରହ୍ମପୁର ୩/୩ : ବ୍ର ଜଳକଷ୍ଟ ଦୂର କରିବାକୁ ଭେଟି ଦେଇଛନ୍ତି ବୃହତ ଜାନିବିଲି ପାନୀୟ ଜଳ ପ୍ରକଳ୍ପ । ୪୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ୧୬ଟି ପଂଚାୟତର ୫୩ଟି ଗାଁର ଲୋକେ ଉପକୃତ ହେବେ । ଏହା ସହ ଖଲ୍ଲିକୋଟ ଷ୍ଟାଡ଼ିୟମରେ ଆୟୋଜିତ ଆମ ସହର ଆମ ଉନ୍ନତି କାର‌୍ୟ୍ୟକ୍ରମରେ ଯୋଗ ଦେଇ ଉନ୍ନତି ଯୋଜନାର ରାଜ୍ୟର ୧୧୪ଟି ସହରାଂଚଳ ପାଇଁ ସ୍ମାର୍ଟ ପାର୍କ, ଆଦର୍ଶ ଶ୍ମଶାନ ନିର୍ମାଣ ଓ ଉନ୍ନତି କରଣ କାର‌୍ୟ୍ୟର ଶୁଭାରମ୍ଭ କରିଛନ୍ତି ନବୀନ ।

ଏହାଛଡ଼ା ବିଭିନ୍ନ ଓ୍ଵାର୍ଡ ପାଇଁ ପ୍ରଯୁଜ୍ୟ ୪୩୧ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପର ଦ୍ୱିତୀୟ ପର‌୍ୟ୍ୟାୟ ମାର୍ଚ ୩୧, ତୃତୀୟ ପର‌୍ୟ୍ୟାୟ ଏପ୍ରିଲ୍ ୩୦ ଏବଂ ଚତୁର୍ଥ ପର‌୍ୟ୍ୟାୟ ମେ ୩୧, ୨୦୧୯ ସୁଦ୍ଧା ଶେଷ ହେବ। ଏହା ଯୋଗୁଁ ସହରାଞ୍ଚଳର ୩. ୭୦ ଲକ୍ଷ ଏବଂ ଗ୍ରାମାଞ୍ଚଳର ୧. ୩୧ ଲକ୍ଷ ଜନସାଧାରଣ ଉପକୃତ ହେବେ। ୧୬ଟି ଗ୍ରାମପଞ୍ଚାୟତ ୫୩ଟି ଗାଁ, ଧରାକୋଟ, ଆସିକା, ଶେରଗଡ଼, ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ୍ ଏହାଦ୍ୱାରା ଉପକୃତ ହେବେ।

ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳ ପାଇଁ ସ୍ମାର୍ଟ ପାର୍କ, ଆଦର୍ଶ ଶ୍ମଶାନ ନିର୍ମାଣ ଓ ଉନ୍ନତିକରଣ କାର‌୍ୟ୍ୟର ଶିଳାନ୍ୟାସ କରିଛନ୍ତି। ଏହି ଯୋଜନାରେ ସମଗ୍ର ରାଜ୍ୟର ସହରାଞ୍ଚଳରେ ୨୦୦ଟି ସ୍ମାର୍ଟ ପାର୍କ ୬ ମାସ ମଧ୍ୟରେ ୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ଏହାଛଡ଼ା ୨୦୦ କୋଟି ଟଙ୍କା ବ୍ୟୟରେ ସହରାଞ୍ଚଳଗୁଡ଼ିକରେ ଶବଦାହ ଗୃହ ମଧ୍ୟ ନିର୍ମାଣ କରାଯିବ।

Leave a Reply

Your email address will not be published. Required fields are marked *

Trending

Exit mobile version