ରାଜ୍ୟ

୪ ଗାଡି ପୋଡିଦେଲେ ନକ୍ସଲ

Published

on

ରାଉରକେଲା ୭/୬ : ରାଉରକେଲାରେ ନକ୍ସଲଙ୍କ ପାଦ୍ରୁଭାବ ଦେଖିବାକୁ ମିଳିଛି । ଝାଡଖଣ୍ଡ ସୀମାନ୍ତ ବୋନୋ ହୋଟିଂ ଗ୍ରାମରେ ୪ଟି ଗାଡିକୁ ନକ୍ସଲମାନେ ଜାଳିଦେଇଛନ୍ତି । ଗତକାଲି ରାତ୍ରରେ ବାଇକରେ କିଛି ଯୁବକ ଆସି ବୋନୋ ହୋଟିଂ ଗ୍ରାମରେ ୨ଟି ହାଇୱା ସହ ୨ଟି ଟ୍ରାକ୍ଟରକୁ ନକ୍ସଲମାନେ ଜାଣି ଦେଇଛନ୍ତି । ଏହାସହ ଫାଙ୍କା ଗୁଳିଚାଳନା ମଧ୍ୟ ସେମାନେ କରିଛନ୍ତି । ଏଥିରେ ଭୟଭୀତ ହୋଇ ଗାଡିର ଡ୍ରାଇଭରମାନେ ଜଙ୍ଗଲ ମଧ୍ୟକୁ ପଳାଇଥିଲେ । ତେବେ ଏହା ନକ୍ସଲ କିମ୍ବା ପିଏଲଏଫଆଇ ସଦସ୍ୟଙ୍କ କାମ ହୋଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version