ଅପରାଧ

୪ ବଜ୍ରକାପ୍ତା ବେପାରୀ ଗିରଫ

Published

on

ଉଦଳା ୮/୧୨ : ଉଦଳା ଅଞ୍ଚଳରୁ ୪ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩ଟି ମୃତ ଓ ୨ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି । ଏହି ବେପାରୀମାନଙ୍କର ବିଦେଶୀ ଲିଙ୍କ ଥିବା ଅନୁମାନ କରାଯାଉଛି । ବଜ୍ରକାପ୍ତାଗୁଡ଼ିକୁ ୨୨ ଲକ୍ଷ ଟଙ୍କାରେ ବିକ୍ରିର ଠିକା ଛିଣ୍ଡିଥିଲା ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version