ଅପରାଧ

୪ ଲକ୍ଷ ଲୁଟି ଗିରଫ ହେଲେ ରେଳବାଇ ସୁପରଭାଇଜର

Published

on

ସମ୍ବଲପୁର ୧୦/୧ : ରେଳବାଇର ଜଣେ ଠିକା କର୍ମଚାରୀ ଟ୍ରେନରେ ଟଙ୍କା ଲୁଟିବା ଘଟଣାକୁ ନେଇ ବେଶ୍ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି କର୍ମଚାରୀଜଣକ ହେଉଛନ୍ତି ସଫେଇ ଠିକା ସୁପରଭାଇଜର ନୂତନ ଚରଣ ବାଗ । ଗତ ୫ ତାରିଖରେ ସମ୍ବଲପୁରର ମନୋଜ ଦାସ ନିଜ ପରିବାର ସହ ପୁରୀ-ସମ୍ବଲପୁର ଇଣ୍ଟରସିଟିରେ ଭୁବନେଶ୍ୱରରୁ ଘରକୁ ଫେରୁଥିବାବେଳେ ତାଙ୍କ ପତ୍ନୀଙ୍କ ଭ୍ୟାନିଟି ବ୍ୟାଗ ଚୋରି ହୋଇଯାଇଥିଲା । ସେଥିରେ ଥିଲା ୪ ଲକ୍ଷ ଟଙ୍କା । ବହୁ ଖୋଜାଖୋଜି କରିବା ପରେ ବ୍ୟାଗ ନ ମିଳିବାରୁ ଏହି ଦମ୍ପତ୍ତି ଜିଆରପିରେ ଅଭିଯୋଗ କରିଥିଲେ । ଜିଆରପି ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯିବା ପରେ ଠିକା ସୁପରଭାଇଜର ଜଣକ ତାହା ନେଇଥିବା ଜଣା ପଡ଼ିଥିଲା । ପୋଲିସ ତାଙ୍କ ଘରୁ ଟଙ୍କା ସହ ଭ୍ୟାନିଟି ବ୍ୟାଗଟିକୁ ଜବତ କରିଛି । ଗୁରୁବାର ଦିନ ସୁପରଭାଇଜର ନୂତନ ବାଗକୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version