ଅପରାଧ

୫୦ଗ୍ରାମ ବ୍ରାଉନସୁଗାର ଜବତ : ଗିରଫ

Published

on

ଭୁବନେଶ୍ୱର ୩/୪ : କ୍ୟୁଏଟି ଓ ପୋଲିସ ଆଜି ୫୦ଗ୍ରାମ ବ୍ରାଉନସୁଗାର ଜବତ ସହ ୬ଜଣଙ୍କୁ ଗିରଫ କରିଛି । ଅପରାଧୀଙ୍କ ବିଭିନ୍ନ ଆଡ୍ଡାରେ ଆଜି କ୍ୟୁଏଟି ଓ ପୋଲିସ ଚଢାଉ କରିଛି । ଜଟଣୀ ଓ ଖାରବେଳନଗର ଅଂଚଳରୁ ୫୦ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଗୋଟିଏ ମାଉଜର ,ବାଇକ ଓ ଦେଢ ଲକ୍ଷ ଟଙ୍କା ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଦୁଇ ଅଂଚଳରୁ ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version