ରାଜ୍ୟ

୫୦ ପେଟି ମଦ ସହ ବେଲେରୋ ଜବତ

Published

on

ଜଗତସିଂହପୁର ୧୫/୬ : ବୋଲେରୋରେ ଚୋରା ଚାଲାଣ ହେଉଥିବା ୫୦ ପେଟିରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୋଲିସ ।
ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗୋଠଦା ମଠ ନିକଟରୁ ଆଜି ବିପୁଳ ପରିମାଣର ମଦ ଜବତ ହୋଇଛି । ବୋଲେରୋରେ ମଦ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୁତ୍ରରୁ ଖବର ନାଉଗାଁ ଥାନା ପୋଲିସ ଖବର ପାଇଥିଲା। ପରେ ପୋଲିସ ଉକ୍ତ ସ୍ଥାନକୁ ଯାଇ ଗୋଟିଏ ବୋଲେରୋ ପଛରେ ଯାଉଥିଲା । ଯାହା ଜାଣିପାରି ବେଲେରୋ ଡ୍ରାଇଭର ଗୋଠଦା ନିକଟରେ ଗାଡ଼ି ରଖି ଫେରାର ହୋଇଯାଇଥିଲା। ଫଳରେ ପୋଲିସ ବୋଲେରୋ ସହ ୫୦ରୁ ଅଧିକ ଦେଶୀ ଓ ବିଦେଶୀ ମଦ ପେଟି ଜବତ କରିଛି।

Leave a Reply

Your email address will not be published. Required fields are marked *

Trending

Exit mobile version