ରାଜ୍ୟ

୫୪୪ଟି ୟୁନିଟ୍ ଏବଂ ଟିମ୍ ପୁନଃରୁଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି : ଏସଆରସି

Published

on

ଭୁବନେଶ୍ୱର ୧୨/୫ : ବିଶେଷ ଭାବେ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟର ୬ଟି ଜିଲ୍ଲାରେ କେଉଁ ଟିମ୍ କେତେ ପରିମାଣରେ ନିୟୋଜିତ ରହିଛନ୍ତି ସେନେଇ ତଥ୍ୟ ଦେଇଛନ୍ତି ଏସଆରସି ।
ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା ମୁତାବକ, ବାତ୍ୟା ‘ଫୋନି’ରେ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାରେ ଓଡ୍ରାଫ୍ ଟିମର ୯ଟି ୟୁନିଟ୍, ଏନଡ଼ିଆରଏଫର ୨୦ଟି ୟୁନିଟ୍, ଅଗ୍ନିଶମ ବିଭାଗ ତରଫରୁ ୫୮ଟି ଟିମ୍ ଏବଂ ଓଏଫଡ଼ିସି ତରଫରୁ ୯୦ଟି ଟିମ୍ ନିୟୋଜିତ ରହି ପୁନଃରୁଦ୍ଧାର କାର‌୍ୟ୍ୟ କରୁଛନ୍ତି । ସେହିଭଳି ଭୁବନେଶ୍ୱରରେ ଓଡ୍ରାଫ୍ ଟିମର ୭ଟି ୟୁନିଟ୍, ଏନଡ଼ିଆରଏଫର ୨୦ଟି ୟୁନିଟ୍, ଅଗ୍ନିଶମ ବିଭାଗ ତରଫରୁ ୯୦ଟି ଟିମ୍ ଏବଂ ଓଏଫଡ଼ିସି ତରଫରୁ ୧୨୦ଟି ଟିମ୍ ନିୟୋଜିତ ରହି କାର‌୍ୟ୍ୟ କରୁଛନ୍ତି ।
ସେହିଭଳି ଜଗତସିଂହପୁର କେବଳ ଏନଡ଼ିଆରଏଫର ୨ଟି ୟୁନିଟ୍ ଏବଂ ଅଗ୍ନିଶମ ବିଭାଗ ତରଫରୁ ୫ଟି ଟିମ୍ ପୁନଃରୁଦ୍ଧାର କାର‌୍ୟ୍ୟରେ ନିୟୋଜିତ ଅଛନ୍ତି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରେ ଓଡ୍ରାଫ୍ ଟିମର ୧ଟି ୟୁନିଟ୍, ଏନଡ଼ିଆରଏଫର ୩ଟି ୟୁନିଟ୍, ଅଗ୍ନିଶମ ବିଭାଗ ତରଫରୁ ୩୨ଟି ଟିମ୍ ସହ ମୋଟ୍ ୩୬ଟି ରାସ୍ତାଘାଟ ପ୍ରତିବନ୍ଧକ ଦୂରୀକରଣ କାର‌୍ୟ୍ୟରେ ନିୟୋଜିତ ରହିଛନ୍ତି । ସେହିପରି କଟକ ଏବଂ ବାଲେଶ୍ୱରରେ ବିଭିନ୍ନ ବିଭାଗରୁ ମୋଟ୍ ୮୭ଟି ଟିମ୍ ନିୟୋଜିତ ରହିଛନ୍ତି । ତେବେ ବର୍ତ୍ତମାନ ସର୍ବ ମୋଟ୍ ୫୪୪ଟି ୟୁନିଟ୍ ଏବଂ ଟିମ୍ ପୁନଃରୁଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି ବୋଲି ଏସଆରସି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version