ଭୁବନେଶ୍ୱର ୪/୧୨ : ଜୋରିମାନା ପଇଠ କରିନଥିବାରୁ ରାଜ୍ୟରେ ୬ଟି ଖଣିର ଲିଜ୍ ବାତିଲ୍ କରାଯାଇଛି । ଅବଶିଷ୍ଟ ୨୫ଟି ଖଣି ଜୋରିମାନା ଆଦାୟ ଉପରେ ରହିତାଦେଶ ଆଣିଥିବାରୁ ସେମାନଙ୍କୁ ବିରୁଦ୍ଧରେ କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିନାହିଁ ବୋଲି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି ।
ଶ୍ରୀ ମଲ୍ଲିକ୍ କହିଛନ୍ତି ଯେ, ଆସନ୍ତା ମାର୍ଚ୍ଚ ୧୬ ତାରିଖ ପୂର୍ବରୁ ୧୬ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହେବ । ୨୦୧୭ ଡିସେମ୍ବର ୩୧ ସୁଦ୍ଧା ବେଆଇନ୍ ଖନନ କରିଥିବା ଖଣି ମାଲିକଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।