ରାଉରକେଲା ୩/୨ : ଆସନ୍ତା ୬ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ରାଉରକେଲାର ଏକ ସମାବେଶରେ ଉଦବୋଧନ ଦେବେ । ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ରାଉରକେଲାର ସଭାସ୍ଥଳୀକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାହୁଲଙ୍କ ଏହି ଗସ୍ତ କିଭଳି ସଫଳ ହେବ ସେ ସମ୍ପର୍କରେ ସେ ଆୟୋଜକମାନଙ୍କ ସହ ବିଶଦ ଆଲୋଚନା କରିଛନ୍ତି ।