ଦେଶ ବିଦେଶ

୭ ଦିନ ହେଲା ବିଦେଶରୁ ଆସିପାରୁନି ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

Published

on

ଖଲ୍ଲିକୋଟ ୧୭/୧ : ଖଲ୍ଲିକୋଟ ଅଂଚଳର ଦୁଇଜଣ ଶ୍ରମିକ ବିଦେଶରେ ୭ ଦିନ ହେଲା ପ୍ରାଣ ହରାଇ ସାରିଥିଲେ ହେଁ, ସେମାନଙ୍କ ଶବ ଏପର୍ଯ୍ୟନ୍ତ ଓଡ଼ିଶା ଆସିପାରିନାହିଁ । ଏ ଦିଗରେ ସହଯୋଗ ପାଇଁ ଉଭୟ ପରିବାର ଲୋକେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ଖଲ୍ଲିକୋଟ ଅଂଚଳର ଅଭିରାମ ମୁଦୁଲି କୁଏତରେ ଓ ନବା ପ୍ରଧାନ ଓମାନରେ କାର୍ଯ୍ୟ କରୁଥିବାବେଳେ ୭ ଦିନ ତଳେ ସେମାନଙ୍କ ମୃତ୍ୟୁ ଘଟିଥିଲା । ସେମାନେ କାମ କରୁଥିବା କମ୍ପାନୀ ତାଙ୍କ ପରିବାରକୁ ଏ ସମ୍ପର୍କରେ କୋ÷ଣସି ସୂଚନା ଦେଇନଥିଲେ ହେଁ, ସାଥୀ କର୍ମଚାରୀଙ୍କଠାରୁ ଖବର ପାଇ ପରିବାର ଲୋକେ ଶବ ଆଣିବା ଲାଗି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏ ଦିଗରେ ପ୍ରଶାସନ ପକ୍ଷର ଦୁଇ ଦେଶର ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version