ଭୁବନେଶ୍ୱର ୪/୪ : ମାର୍ଚ୍ଚ ୦୭ରେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୦୮ରୁ ଆରମ୍ଭ ହେବାକୁ ଯାଉଛି । ଦୁଇଟି ପର୍ୟ୍ୟାୟରେ ଖାତାଦେଖା ହେବ । ମୂଲ୍ୟାୟନ ପାଇଁ ପ୍ରଥମ ପର୍ୟ୍ୟାୟ ଖାତାଦେଖା ଏପ୍ରିଲ ୦୮ରୁ ଆରମ୍ଭ ହୋଇ ଏପ୍ରିଲ ୨୩ରେ ଶେଷ ହେଉଥିବା ବେଳେ ଏପ୍ରିଲ ୨୩ରୁ ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହେବ ।
ଚଳିତ ଥର ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ପାଇଁ ୫୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ୩୬ଟି କେନ୍ଦ୍ରରେ ଅନଲାଇନରେ ମୂଲ୍ୟାୟନ ହେବ । ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୦୮ରୁ ଆରମ୍ଭ ହେବାକୁ ଯାଉଛି । ଦୁଇଟି ପର୍ୟ୍ୟାୟରେ ଖାତାଦେଖା ହେବ ଯାହା ପ୍ରଥମ ପର୍ୟ୍ୟାୟ ଏପ୍ରିଲ ୦୮ରୁ ଆରମ୍ଭ ହୋଇ ଏପ୍ରିଲ ୨୩ରେ ଶେଷ ହେଉଥିବା ବେଳେ ଏପ୍ରିଲ ୨୩ରୁ ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହେବ । ରାଜ୍ୟରେ ୩,୬୫,୮୨୬ ଜଣ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଯୁକ୍ତ ଦୁଇ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି ।