ମାଲକାନଗିରି ୧/୧୨ : ଶନିବାର ମାଲକାନଗିରିର ଚିତ୍ରକୋଣ୍ଡା ଅଂଚଳରେ ଚାଷ କରାଯାଇଥିବା ବହୁ ପରିମାଣର ଗଂଜେଇ ଗଛ ନଷ୍ଟ କରାଯାଇଛି । ଅବକାରୀ ଓ ପୋଲିସ ବିଭାଗର ମିଳିତ ଉଦ୍ୟମରେ ସେ ଅଂଚଳରେ ଚଢ଼ାଉ କରାଯାଇ ଗଞ୍ଜେଇ ଗଛଗୁଡ଼ିକୁ କାଟି ଦିଆଯାଇଥିଲା । ପରେ ସେଗୁଡ଼ିକୁ ଏକାଠି କରି ପୋଡ଼ି ଦିଆଯାଇଛି । ପ୍ରାୟ ୮୨ ହଜାର ୫ ଶହ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।