ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ରିବଳୟ ଧିରେ ଧିରେ ଘନିଭୂତ ହେଉଛି । ଏହା ପ୍ରଭାବରେ ସାରା ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏଥିପାଇଁ ୭ ଜିଲ୍ଲାକୁ ଆରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂରେ ରଖାଯାଇଛି । ଅନ୍ୟପକ୍ଷରେ ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଦୈତନଗରୀ କଟକ ଓ ଭୁବନେଶ୍ୱର । ରାସ୍ତା ଉପରେ ପାଣି ଚାଲୁଥିବାରୁ ବିଭିନ୍ନ ସ୍ଥାନାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ଚବିଶ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୧୦୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୯୮ ମିମି ଓ ଗୋପାଳପୁରରେ ୭୪ ମିମି ବର୍ଷା ରେକର୍ଡ ହୋଇଛି ।