ରାଜନୀତି

୮ ତାରିଖରେ କଂଗ୍ରେସ କରିବ ଚାଷୀ ସମାବେଶ

Published

on

ଭୁବନେଶ୍ୱର ୨୮/୧୨ : ଶୁକ୍ରବାର କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ଭୁବନେଶ୍ୱରରେ ପିସିସି ସଭାପତି ନିରଞ୍ଜନ ପଟ୍ଟକାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶ୍ରୀ ପଟ୍ଟନାୟକ ଦଳର ଜୋନ୍ ସଭାପତିମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବୈଠକ ପରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ୮ ତାରିଖରେ କଂଗ୍ରେସ ପକ୍ଷରୁ ଚାଷୀ ଆନ୍ଦୋଳନ କରାଯିବ । ଚାଷୀମାନେ ପତି ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ବରିବେ । ସେହିଦିନ ବିଜେଡ଼ି ଦିଲ୍ଲୀର କୃଷକ ସମାବେଶର ଆୟୋନ କରିଥିବା ବେଳେ ତାହାକୁ କାଉଣ୍ଟର କରିବା ପାଇଁ କଂଗ୍ରେସ ଏଭଳି ବିକ୍ଷୋଭର ଆୟୋଜନ କରୁଛି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version