ରାଜ୍ୟ

୯ କଲେଜର ପରୀକ୍ଷା ଫଳ ଶୂନ : କେଉଁ କାରଣରୁ ରେଜଲ୍ଟ ଶୂନ ହୋଇଛି ତାହାର ତଦନ୍ତ କରାଯିବ

Published

on

ଭୁବନେଶ୍ୱର ୩/୬ :  ରାଜ୍ୟର ୨୯ଟି କଲେଜର ରେଜଲ୍ଟ ଶତ ପ୍ରତିଶତ ହୋଇଥିବା ବେଳେ ୯ଟି କଲେଜର ରେଜଲଟ୍ ଶୂନ ହୋଇଛି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଯେଉଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରେଜଲ୍ଟ ଶୂନ ହୋଇଛି ତାହାର ତଦନ୍ତ କରାଯିବ । କାହିଁକି ଏବଂ କେଉଁ କାରଣରୁ ରେଜଲ୍ଟ ଶୂନ ହୋଇଛି ତଦନ୍ତ କରାଯାଇ କଲେଜ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।
ଅନ୍ୟପଟେ ଏଥର ପରୀକ୍ଷା ଦେଇଥିବା ୯୭, ୭୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦,୭୦୬ ଜଣ ପାସ୍ କରିଛନ୍ତି। ଚଳିତ ବର୍ଷ ୪୦. ୦୫୮ ଜଣ ପୁଅ ପାସ୍ କରିଥିବାବେଳେ ୩୦, ୬୪୮ ଜଣ ଝିଅ ପାସ୍ କରିଛନ୍ତି । ଚଳିତ ଥର ପରୀକ୍ଷାରେ ମୋଟ ପାସହାର ରହିଛି ୭୨.୩୩ ପ୍ରତିଶତ । ଚଳିତ ପରୀକ୍ଷାରେ ପାସ ହାରରେ ପୁଅଙ୍କ ତୁଳନାରେ ଆଗେଇ ଯାଇଛନ୍ତି ଝିଅ । ତେବେ ପ୍ରଥମ ଶ୍ରେଣୀରେ ୨୦,୮୦୬ଜଣ ପିଲା ,ଦ୍ୱିତୀୟ ଶ୍ରେଣୀରେ ୨୩,୯୦୪ଜଣ ଓ ତୃତୀୟ ଶ୍ରେଣୀରେ ୨୫,୩୬୦ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version