ନୂଆଦିଲ୍ଲୀ:ଅଗାମୀ ୨୦୨୪ରେ କ୍ଷମତାକୁ ଆସିବାର ରୋଡ଼ମ୍ୟାପ ତିଆରି କରୁଛି କଂଗ୍ରେସ।
ଲକଡାଉନ ବିଭ୍ରାଟ,ଅର୍ଥନୈତିକ ଦୁଃସ୍ଥିତି,ପେଟ୍ରୋଲ ଡ଼ିଜେଲର ଦରବୃଦ୍ଧି, ସୀମାନ୍ତରେ ଚୀନ ଓ ନେପାଳର ଦୌରାତ୍ମ୍ୟ ଆଦି ଘଟଣା ବିରୋଧୀ କଂଗ୍ରେସ ଦଳର ମନୋବଳ ବୃଦ୍ଧି କରିଛି ।
ଦଳ ଖୁବ ଶୀଘ୍ର ଏକ ସ୍ଥାୟୀ ସଭାପତି ମନୋନୀତ କରି ରାଜନୈତିକ କାର୍ଯ୍ୟକଳାପକୁ ଅଧିକ ଶାଣିତ କରିବାକୁ ଯୋଜନା କରୁଛି।
ଆସନ୍ତା ଜୁନ ୨୩ ତାରିଖରେ ଦଳର ସର୍ବୋଚ୍ଚ କମିଟି କଂଗ୍ରେସ କାର୍ଯ୍ୟକରିଣୀ କମିଟିର ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ଦଳ ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତିର ସମୀକ୍ଷା କରିବା ସାଙ୍ଗେ ସାଙ୍ଗେ ଅଗାମୀ ଦିନରେ ଦଳର ରଣନୀତି କଣହେବ ତାହା ସ୍ଥିର ହେବ ।
ଚଳିତ ବର୍ଷର ଶେଷରେ ବିହାର ଏବଂ ଅଗାମୀ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଯଦିଓ ଏହି ଦୁଇ ରାଜ୍ୟରେ କଂଗ୍ରେସ ଏକାକୀ କ୍ଷମତା ଆସିବାର ସମ୍ଭାବନ କମ ତେବେ ଦଳ ଏହି ଦୁଇ ରାଜ୍ୟରେ କିଭଳି ସହଯୋଗୀ ଦଳ ସହ ସରକାରକୁ ଆସିବ ସେହି ରଣାନୀତିର ମୂଳଦୁଆ ଏହି କାର୍ଯ୍ୟକରିଣୀ କମିଟିରେ ପଡିବାର ସମ୍ଭାବନା ରହିଛି।
କମିଟିରେ ପୁର୍ନକାଳୀନ ସଭାପତି ଚୟନର କଥା ଉଠିପାରେ। ରାହୁଲ ଗାନ୍ଧୀଙ୍କୁ ପୁଣି ସଭାପତି କରିବାକୁ ଦାବୀ ମଧ୍ୟ ଜୋର ଧରିଲାଣି। ତେବେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରହୁଳଙ୍କୁ ଏହି ଦାଇତ୍ୱ ବର୍ତମାନ ଦେବେ ନା ଆଉ କିଛିଦିନ ଅପେଷା କରିବାକୁ କହିବେ। ତାହାହିଁ ସମସ୍ତଙ୍କ ଦୃଷ୍ଟିରେ ଅଛି।