ରାଜ୍ୟ

ମା’ ସହ ଜଳିଗଲେ ଦୁଇ ଝିଅ

Published

on

କନ୍ଧମାଳ ୧୯ ।୨ : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ମଗରଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଘରେ ନିଆଁ ଲାଗି ମାଆ ଓ ଦୁଇ ଶିଶୁକନ୍ୟାର ମୃତ୍ୟୁ ଘଟିଛି ।ଶିଶୁ କନ୍ୟା ମଧ୍ୟରୁ ଜଣେ ତିନି ବର୍ଷର ହୋଇଥିବାବେଳେ ଆଉ ଜଣେ ୯ମାସର ହୋଇଥିବା ଜଣାପଡ଼ିଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଗରଗୁଡ଼ା ଗାଁର ବିମଳ ପ୍ରଧାନ ଆଜି ଘରେ ନ ଥିଲେ । ତାଙ୍କ ସ୍ତ୍ରୀ ଝୁଲିମା ପ୍ରଧାନ, ଦେଢ଼ ବର୍ଷର ଝିଅ ସୋନାଲି ପ୍ରଧାନ ଓ ୯ ମାସର ଝିଅ ରୂପାଲି ଘରେ ଥିଲେ । ସକାଳ ପ୍ରାୟ ୭ଟା ବେଳେ ଘରେ ନିଆଁ ଲାଗିଥିବା ପଡ଼ୋଶୀ ଦେଖିବାକୁ ପାଇଥିଲେ । ଏହା ପରେ ବିମଳଙ୍କ ମା’ ତାଙ୍କୁ ଖବର ଦେଇଥିଲେ । ଏହା ପରେ ବିମଳ ନିଜେ କବାଟ ଭାଙ୍ଗିଥିଲେ । ଦମକାଳ ବାହିନୀ ମଧ୍ୟ ଆସି ନିଆଁ ଲିଭାଇଥିଲେ । ସେତେବେଳକୁ ମା’ ସହ ଦୁଇ ଝିଅ ଜୀବନ୍ତ ଦଗ୍ଧ ହୋଇସାରିଥିଲେ ।ନିଆଁ ଲାଗିବାର କାରଣ ଜଣାପଡ଼ି ନଥିବାବେଳେ ଝୁଲିମା ନିଜେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version