Nation

୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ

Published

on

ଭୁବନେଶ୍ଵର-ଓଡ଼ିଶା ଲଳିତ କଳା ଏକାଡେମୀ ଆୟୋଜିତ ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ଅନୁଷ୍ଠିତ ହେଉଛି । ଆଜି ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସୂଚନା ଆୟୁକ୍ତ ଦିଲ୍ଲୀପ କୁମାର ବିଶୋଇ ଯୋଗଦେଇ ଉଦଘାଟନ ପୂର୍ବକ ଶିଳ୍ପୀମାନଙ୍କ ସୃଜନଶୀଳ ଚିତ୍ର ଓ ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ରୂପେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ଓ ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ପ୍ରମୁଖ ଶିଳ୍ପୀମାନଙ୍କ କଳାକୃତି ବୁଲି ଦେଖିବା ସହ ସାମ୍ପ୍ରତିକ କଳାକୃତିଗୁଡିକ ସମୟପୋଯୋଗୀ ହୋଇଥିବା ପ୍ରକାଶ କରିଥିଲେ I ଏହି ଅବସରରେ କଳାକୃତିଗୁଡିକର ଏକ ରଙ୍ଗୀନ କ୍ୟାଟଲଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ପ୍ରଦର୍ଶନୀରେ ୪୦ ତମ ରାଜ୍ୟ ପୁରସ୍କାରରେ ପୁରସ୍କୃତ କଳାକୃତି ଗୁଡିକ ପ୍ରଦର୍ଶିତ ହେବା ସହ ଚିତ୍ରକଳାରେ ୧୦୧ ଟି, ଭାସ୍କର୍ଯ୍ୟ କଳାରେ ୩୦ ଟି, ମୁଦ୍ରଣ କଳାରେ ୧୮ ଟି ଓ ପାରମ୍ପରିକ କଳାରେ ୧୫ ଟି ଚିତ୍ର ପ୍ରଦର୍ଶିତ ହୋଇଛି। ଉଦଘାଟନ ଉତ୍ସବ ଅବସରରେ ଏକାଡେମୀ କାର୍ଯ୍ୟକାରୀ ସମିତିର ସଦସ୍ୟ ତଥା ବରିଷ୍ଠ ଶିଳ୍ପୀ ଶ୍ରୀ ଗଜେନ୍ଦ୍ର ପ୍ରସାଦ ସାହୁ, ବହୁ ବରିଷ୍ଠ ଶିଳ୍ପୀ, ଛାତ୍ର ଛାତ୍ରୀ ତଥା କଳାନୁରାଗୀ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଏକାଡେମୀର ସଚିବ ପଞ୍ଚାନନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପ୍ରଦର୍ଶନୀ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *

Trending

Exit mobile version