କଟକ: ଆସନ୍ତା ମେ 3 ତାରିଖରେ ସମଗ୍ର ଦେଶରୁ ଲକଡାଉନ ହଟିବା ପରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବାର ସମ୍ଭାବନାକୁ ଦୃଷ୍ଟରେ ରଖି ପୋଲିସ ବାହିନୀକୁ ପ୍ରସ୍ତୁତ ରହିବାକୁ ଆରକ୍ଷୀ ମହା ନିର୍ଦେଶକ ଅଭୟ ନିର୍ଦେଶ ଦେଇଛନ୍ତି ।
ରାଜ୍ୟର ସମସ୍ତ ରେଞ୍ଜ ଆଇ.ଜି, ଡ଼ି.ଆଇ.ଜି ଓ ଜିଲ୍ଲା ଅଧିକ୍ଷକ ମାନଙ୍କ ସହ ଭିଡଓି କଂଫେରେନ୍ସ ମଧ୍ୟମରେ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରବା ବେଳେ କହିଥିଲେ ଯେ ଥିିଲେ ଯେ
ମଇ ୩ ତାରଖି ପରେ ପ୍ରବାସୀ ଶ୍ରମିକଙ୍କ ରାଜ୍ୟକୁ ଫେରସ୍ତ ପାଇଁ ପୋଲିସ ବାହିନୀକୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ ।
ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ଜାରି ହୋଇଥିବା ସଟଡାଉନ ସମୟରେ ସଜାଗ ରହି କାମ ଜରିବାକୁ ସେ ନିର୍ଦେଶ ଦେଇଥିଲେ । ସ୍ୱତନ୍ତ୍ର ଡିଜି (ଗୁଇନ୍ଦା), ଅତରିକ୍ତ ଡିଜି (ସଦର ମହକୁମା), ଅତରିିକ୍ତ ଡିଜି (ଆଇନ ଶଙ୍ଖୃଳା), ଅତରିିକ୍ତ ଡିଜି(ଗୁଇନ୍ଦା), ଆଇ.ଜି (ଆଧୁନକିୀକରଣ), ଆଇ.ଜି (ପ୍ରୋଭିଜନିଂ) ପ୍ରମଖ ଉପସ୍ଥିତ ଥିଲେ।