ଭୁବନେଶ୍ୱର: ଭାରତୀୟ ରାଜନୀତିରେ ବାମପନ୍ଥୀ ରାଜନୀତିର ଯେଉଁମାନେ ମୃତ୍ୟୁଲେଖ ଲେଖିବାକୁ ଯାଉଛନ୍ତି ସେମାନଙ୍କୁ ଏବେ ଆହୁରି କିଛିକାଳ ଅପେକ୍ଷା କରିବାକୁ ହେବ।
ଅନ୍ତତଃ ପକ୍ଷେ ବିହାର ନିର୍ବାଚନର ଫଳାଫଳରୁ ଗୋଟେ ନିରବିତ ସୂଚନା ମିଳୁଛି ଯେ ଦେଶରେ ବାମପନ୍ଥୀ ରାଜନୀତିର ଯୁଗ ସରି ଅସୁନାହି।
ବିହାର ବିଧାନସଭା ନିର୍ବାଚନରେ ଏନ୍ଡ଼ିଏ ସଂଖ୍ୟା ଗରିଷ୍ଠତା ହାସଲ କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ପୁଣି ସରକାର ଗଢ଼ି ବାକୁ ଯାଉଛି। ହେଲେ ନିର୍ବାଚନରେ ଏକକ ଦଳଭାବେ ସର୍ବାଧିକ ଆସନ ହାସଲ କରିଥିବାରୁ ଆରଜେଡି ନିଜକୁ ବିଜୟୀ ମନେ କରୁଛି।
ହେଲେ ପ୍ରକୃତରେ ଏଥର ନିର୍ବାଚନରେ କମୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାର୍କସିଷ୍ଟ-ଲେଲିନିଷ୍ଟ) ଲିବାରସନ ଦଳର ବିଜୟ ହୋଇଛି। ଦଳ ଲଢ଼ିଥିବା ୧୯ ଟି ଆସନରୁ ୧୨ଟିରେ ବିଜୟ ଲାଭ କରିଛି। ଏବଂ ଅନ୍ୟ ତିନୋଟି ଆସନରେ ଖୁବ କମ ଭୋଟ ବ୍ୟବଧାନରେ ହାରିଛି।
ଏହି ବାମ ଦଳର ଷ୍ଟ୍ର।ଇକିଙ୍ଗ ରେଟ ସମସ୍ତ ପ୍ରମୁଖ ଦଳ ମଧ୍ୟରେ ସର୍ବାଧିକ ରହିଛି।
କୁହାଯାଉଛି ଯେ ସିପିଆଇ(ଏମଏଲ) ଏଲ ଦଳର ସୋସିଆଲ ମିଡ଼ିଆ ପ୍ରଚାର ବେଶ ପ୍ରଭାବଶାଳୀ ଥିଲା। ଅବଶ୍ୟ ଦଳର କର୍ମୀମାନେ ବେଶ ଉଦ୍ଦୀପନାର ସହ କାର୍ଯ୍ୟ କରିଥିଲେ। ଦଳର ମୂଖ୍ୟ ପ୍ରସଙ୍ଗ ଥିଲା ଜୀବନ ଜୀବିକା ଯାହା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ବେଶ ପ୍ରଭାବିତ କରିଥିଲା।
ସିପିଆଇ(ଏମ୍ ଏଲ) ଏଲ ଦଳର ଏହି ସଫଳତା ପରେ ଦେଶର ରାଜନୈତିକ ପଣ୍ଡିତମାନଙ୍କ ନଜର ଏବେ ଦଳର ମୁଖ୍ୟ ତଥା ସାଧାରଣ ସମ୍ପାଦକ ଦୀପଙ୍କର ଭାଟାଚାର୍ଯଙ୍କ ଉପରେ। ସିପିଆଇ ଏମ୍ ଏଲର ବିହାରରେ ଏହି ବିଜୟ ବର୍ତମାନ ସମସ୍ତ ବାମପନ୍ଥୀ ଦଳଗୁଡିକର ଆଶାକୁ ଉଦଯିବିତ କରିଛି। ବିଶେଷ କରି ଦେଶର ହିନ୍ଦୀଭାଷୀ ଅଂଚଳରେ ଏକଦା ସିପିଆଇ ଦଳର ଯେଉଁ ପ୍ରଭାବ ଥିଲା ତାହା ଫେରି ଆସିବାର ସମ୍ଭାବନା ସୃଷ୍ଟି ହୋଇଛି।
ଭାରତୀୟ ବାମପନ୍ଥୀ ଆନ୍ଦୋଳନର ତୁଙ୍ଗ ନେତାଙ୍କ ମଧ୍ୟରେ ଏହି ସର୍ବକନିଷ୍ଠ ୫୯ ବର୍ଷୀୟ ନେତା ମାତ୍ର ୩୮ ବର୍ଷ ବୟସରେ ଦଳର ମଙ୍ଗ ଧରିଥିଲେ। ଦଳର ପ୍ରତିଷ୍ଠାତା ବିନୋଦ ମିଶ୍ରଙ୍କ ମୃତ୍ୟୁପରେ ୧୯୯୮ରେ ସେ ଦଳର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଜଣେ ରେଳବାଇ ଟିକେଟ କ୍ଲର୍କର ପୁଅ ଦୀପଙ୍କର ବାପାଙ୍କ ପ୍ରଦତ୍ତ ପୁସ୍ତକରୁ ହି ତାଙ୍କର ସାମ୍ୟବାଦୀ ଚିନ୍ତାଧାରାକୁ ଜନ୍ମ ଦେଇଥିଲେ।
ବିହାରର ଗରିବ, ଦଳିତ, ନିଷ୍ପେସିତ ମଣିଷକୁ ନ୍ୟାୟ ଦେବାକୁ ଯାଇ ସିପିଆଇ ଏମ୍ ଏଲ ହିଂସାର ଆଶ୍ରୟ ନେଇଥିଲା । ତେବେ ବିଡମ୍ବନାର ବିଷୟ ଦଳ ହିଁ ଅଧିକ ହିଂସାର ଶିକାର ହୋଇଥିଲା। ବିହାରର ଭୂମିହାରମାନଙ୍କ ବ୍ୟକ୍ତିଗତ ଶସସ୍ତ୍ର ବାହିନୀ ରଣବୀର ସେନା, ସନଲାଇଟ ସେନାର ଆକ୍ରମଣର ଶିକାର ହୋଇଥିଲା।
ଦଳ ୧୯୯୨ରେ ଅଣ୍ଡର ଗ୍ର।ଉଣ୍ଡରୁ ବାହାରିବା ପରେ ପ୍ରତକ୍ଷ ରାଜନୀତିରେ ଭାଗନେବା ଆରମ୍ଭ କରିଥିଲା। ବର୍ତମାନ ବିହାର ନିର୍ବାଚନର ସଫଳତା ପରେ ଦଳ ବର୍ତମାନ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ଜନ ଜାଗରଣ ଆରମ୍ଭ କରିବାର ଯୋଜନା କରୁଛି।