ରାଜ୍ୟ

ଇଣ୍ଡିଆନ ବ୍ୟାଙ୍କ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ୩.୩୩ ଲକ୍ଷ ଟଙ୍କା

Published

on

ଭୁବନେଶ୍ୱର: ରାଜ୍ୟର କରୋନା ଲଢେଇରେ ଯୋଗଦାନ ସ୍ଵରୂପ ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୩୩ ଲକ୍ଷ ଟଙ୍କା ଦାନ କରାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ବ୍ୟାଙ୍କ୍ ର ଜେନେରାଲ ମ୍ୟାନେଜର ବି. ସୁରିବାବୁଙ୍କ ଠାରୁ ଏହି ରାଶି ର ଚେକ୍ ଗ୍ରହଣ କରିଛନ୍ତି।

ଏହି ଅବସରରେ ବ୍ୟାଙ୍କ୍ ର ଜେନେରାଲ ମ୍ୟାନେଜର କହିଥିଲେ ଯେ ପୂର୍ବରୁ କରୋନା ଲଢେଇ ପାଇଁ ବ୍ୟାଙ୍କ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରାଯାଇଥିଲା।
ଏତାଦୃଶ ଦାନ ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ବ୍ୟାଙ୍କଙ୍କୁ ସାଧୁବାଦ ଜଣାଇବା ସହ ନିଜ ନିକ ସ୍ତରରେ ସମସ୍ତ କାରୋନା ନିୟମର ଅନୂପାଳନ ସହ ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ପରାମର୍ଶ ଦେଇଥିଲେ।

ଚେକ ପ୍ରଦାନ ସମୟରେ ବ୍ୟାଙ୍କର ଡେପୁଟି ଜୋନାଲ ମ୍ୟାନେଜର ଲକ୍ଷ୍ମୀଧର ନାୟକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version