Connect with us

ଭୁବନେଶ୍ୱର ୧୮/୧୨ : ମଧ୍ୟପ୍ରଦେଶ ଓ ଛତିଗଡ଼ର ନୂଆ କଂଗ୍ରେସ ସରକାର ଶପଥ ଗ୍ରହଣ କରୁକରୁ କୃଷକମାନଙ୍କ ଋଣ ଛାଡ଼ କରିଥିବା ବେଳେ ତାହାର ପ୍ରଭାବରେ ଓଡ଼ିଶା ରାଜନୀତି ସରଗରମ ହୋଇଉଠିଛି । ବିଜେପି ଓ କଂଗ୍ରେସ କୃଷି ଋଣ ଛାଡ଼ ପାଇଁ ବିଜେଡ଼ି ସରକାରଙ୍କ ଉପରେ ଚାପ ପକାଇଥିବା ବେଳେ ବିଜେଡ଼ି ମଧ୍ୟ ବିରୋଧୀଙ୍କ ଉପରେ ପ୍ରତି ଆକ୍ରମଣ କରିବାକୁ ପଛାଇ ନାହିଁ । କୃଷକଙ୍କ ସ୍ୱାର୍ଥ ହାସଲ ଦାବିରେ ବିଜେଡ଼ି ଆସନ୍ତା ମାସ ୮ ତାରିଖରେ ସଂସଦ ଘେରାଉ କରିବାକୁ ଯାଉଥିବାବେଳେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ସେହିଦିନ ରାଜ୍ୟ ସଚିବାଳୟ ଘେରାଉ କରିବାକୁ ଯାଉଛି । କିଷାନ କଂଗ୍ରେସ ମଧ୍ୟ ଚାଷୀ ଆତ୍ମହତ୍ୟା ଓ କୃଷି ସମସ୍ୟା ନେଇ ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କୁ ସମାନ ଭାବେ ଦାୟୀ କରି ୮ ତାରିଖରେ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି ।
ଏହି ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସ କ୍ଷମତାକୁ ଆସିଲେ ତୁରନ୍ତ କୃଷକମାନଙ୍କ ଋଣ ଛାଡ କରିବ । ଖାଲି ସେତିକି ନୁହେଁ , କୃଷକମାନଙ୍କ ବିକାଶ ପାଇଁ ୫ ବର୍ଷିଆ ସ୍କିମ୍ ମଧ୍ୟ କାର୍ଯ୍ୟକାରୀ କରାଯିବ ।
ତେଣେ ବିଜେପି ମଧ୍ୟ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ବିଜେପି କୃଷି ଋଣକୁ ସମ୍ପୂର୍ଣ୍ଣ ସୁଧମୁକ୍ତ କରିବ । ଶ୍ରୀ ପଣ୍ଡା ମଧ୍ୟ ରାଜ୍ୟ ସରକାର କୃଷି ଋଣ ଛାଡ କରିବା ଏବଂ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ରାଜ୍ୟରେ ମଣ୍ଡି ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ଦଳ ଅବିଳମ୍ବେ ମଣ୍ଡି ଘେରାଉ ଅଭିଯାନ ଆରମ୍ଭ କରିବ ବୋଲି ଚେତାବନୀ ଦେଇଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ, କୃଷି ଋଣ ଛାଡ଼ ଦାବିରେ ଆସନ୍ତା ୮ ତାରିଖରେ ବିଜେପି ସଚିବାଳୟ ଘେରାଉ କରିବ ।
ଅପରପକ୍ଷରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ, ଯେଉଁମାନେ କୃଷି ଋଣ ଛାଡ଼ କଥା କହୁଛନ୍ତି ସେମାନେ ଆଗ କ୍ଷମତାକୁ ଆସନ୍ତୁ, ତା ପରେ ଦେଖାଯିବ । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରିଛନ୍ତି ତାହା ଅନ୍ୟ କେହି କରିନାହାନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବିଜେପିର ମଣ୍ଡି ଘେରାଉ କାର୍ଯ୍ୟକ୍ରମକୁ ସମାଲୋଚନ କରି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ବିଜେପିର ଏହି ପଦକ୍ଷେପ “ବିନାଶ କାଳେ ବିପରୀତ ବୁଦ୍ଧି” । କୃଷକମାନଙ୍କ ସ୍ୱାର୍ଥସାଧନ ଦାବିରେ ଆସନ୍ତା ୮ ତାରିଖରେ ବିଜେଡ଼ି ସଂସଦ ଘେରାଉ କରିବାକୁ ଯାଉଥିବା ବେଳେ ସେହିଦିନ ବିଜେପି ଓଡ଼ିଶାରେ ଆନ୍ଦୋଳନ ଡାକରା ଦେବା ସମ୍ପୂର୍ଣ୍ଣ ଅଯୋ÷କ୍ତିକ । ଏଥିରେ ବିଜେପିର ଅଭିଳାଷ କ’ଣ ତାହା ଜଳଜଳ ଦେଖାଯାଉଛି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions