Connect with us

ଭୁବନେଶ୍ୱର: କୋର୍ଟର ନିର୍ଦ୍ଦେଶ ସତ୍ୱେ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଉ ନଥିବା ମହିଳା ଏବଂ ସନ୍ତାନସନ୍ତତିଙ୍କ ଚିନ୍ତା ଦୂର ହୋଇଛି । ଏଭଳି ପୁରୁଷ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଅନେକ ପୁରୁଷ କର୍ମଚାରୀ ସେମାନଙ୍କର ସ୍ତ୍ରୀ ବା ସନ୍ତାନସନ୍ତତିଙ୍କୁ ଭରଷପୋଷଣ ସହାୟତା (Maintenance Grant) ଦେଉନାହାନ୍ତି । ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ (Alimony) ମଧ୍ୟ ଦେଉନାହାନ୍ତି । ଏଥିପାଇଁ ବିଭିନ୍ନ କୋର୍ଟରେ ବିଚାର ହୋଇ, କୋର୍ଟ ତରଫରୁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ୱେ ପୁରୁଷ କର୍ମଚାରୀ ଏହି ଭରଣପୋଷଣ ଦେବାରେ ଅବହେଳା କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଅଭିଯୋଗ ଶୁଣାଣି ସମୟରେ ହାରାହାରି ୨-୩ଟି ମାମଲା ଅଭିଯୋଗ ପ୍ରକୋଷ୍ଠକୁ ଆସୁଅଛି । ତେଣୁ, ମୁଖ୍ୟମନ୍ତ୍ରୀ ଏହା ଉପରେ କଡ଼ା ଆଭିମୁଖ୍ୟ ନେଇ ଏହି ଅର୍ଥକୁ ସଂମ୍ପୃକ୍ତ କର୍ମଚାରୀଙ୍କ ଦରମାରୁ କାଟି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ସରକାରୀ କର୍ମଚାରୀ ହୋଇ ଅଦାଲତର ଅବମାନନା କରିବା ଏବଂ ତା’ସହିତ ପତ୍ନୀ ଓ ପିଲାମାନଙ୍କ ପ୍ରତି ଏଭଳି ଅବିଚାର କରିବା ରାଜ୍ୟ ସରକାରଙ୍କ ପକ୍ଷେ ଆଦୌ ଗ୍ରହଣୀୟ ନୁହେଁ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ସଂମ୍ପୃକ୍ତ ମହିଳା ଓ ସନ୍ତାନସନ୍ତତିଙ୍କ ଭରଣପୋଷଣ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଭରଣପୋଷଣ (Alimony) ପ୍ରଦାନ ପାଇଁ ଅଦାଲତଙ୍କ ନିର୍ଦ୍ଦେଶନାମା ପାଇବା ପରେ ବିଭାଗୀୟ DDO (Drawing & Disbursement Officer) ସଂମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ମାସିକ ଦରମା ବିଲ୍ ପ୍ରସ୍ତୁତ କରିବା ସମୟରେ ଭରଣପୋଷଣ ପାଇଁ ଅଦାଲତ ଯେଉଁ ପରିମାଣର ଅର୍ଥ ନିର୍ଦ୍ଧାରିତ କରିଛନ୍ତି, ସେହି ପରିମାଣର ଅର୍ଥକୁ ଦରମାରୁ କାଟି ସଂମ୍ପୃକ୍ତ କର୍ମଚାରୀଙ୍କ ପତ୍ନୀ ବା ସନ୍ତାନସନ୍ତତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଇଲୋକ୍ଟୋନିକ୍ ସୂତ୍ରରେ ଜମା କରିବେ ।

 ଆଗାମୀ ଦିନରେ ଏହିପରି ଅଦାଲତଙ୍କ ନିର୍ଦ୍ଦେଶିତ ଭରଣପୋଷଣ ସମ୍ପର୍କିତ ବିଷୟକୁ ରାଜ୍ୟ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥା (HRMS)ରେ ଯୋଡ଼ାଯାଇ ଏହି ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 ଏହାଦ୍ୱାରା ଅଦାଲତଙ୍କ ନିର୍ଦ୍ଦେଶର ଅନୁପାଳନ ହେବା ସହିତ ସଂମ୍ପୃକ୍ତ ମହିଳା ବା ସେମାନଙ୍କ ସନ୍ତାନସନ୍ତତିଙ୍କ ଦୁର୍ଦ୍ଦଶା ମଧ୍ୟ ଅନେକ ପରିମାଣରେ ଦୂର ହୋଇପାରିବ ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ସଞ୍ଜୟ ବିଶ୍ୱାଳ ହେଲେ ନୂଆ ସୂଚନା ଲୋକ ସମ୍ପର୍କ ନିର୍ଦେଶକ

Published

on

ଭୁବନେଶ୍ୱର : ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତି ଦିଆ ଯାଇଛି l

ଆଜି ପ୍ରକାଶିତ ଆଇ ଏ ଏସ ଅଧିକାରୀଙ୍କ ବଦଳି ତାଲିକାରେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ ବିଶ୍ୱାଳ ଙ୍କୁ ଏହି ନୂତନ ଦାୟିତ୍ୱ ମିଳିଛି l

ବୀରେନ୍ଦ୍ର କୋରକୋରାଙ୍କୁ ଗୃହ ବିଭାଗର, ଶ୍ରୀମତୀ ଆରାଧନା ଦାସ ଜଙ୍ଗଲ, ପରିବେଶ ବିଭାଗର  ଓ ଶ୍ରୀମତୀ ଅଞ୍ଜନା ପଣ୍ଡା ଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରା ଯାଇଛି l

ଶ୍ରୀମତୀ ଯୁଗଳେଶ୍ୱରୀ ଦାସଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡ ର ନିର୍ଦେଶକ, ଶ୍ରୀମତୀ ଅର୍ଚ୍ଚନା ଦାସ ପଟନାୟକଙ୍କୁ ଆୟୁଷ ର ନିର୍ଦେଶକ ଭାବେ ବଦଳି କରା ଯାଇଛି l

 

Continue Reading

Nation

ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ

Published

on

ଭୁବନେଶ୍ୱର : ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ l

ରାଜ୍ୟର ୧୭ତମ ବିଧାନସଭାର ସପ୍ତମ ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ l ତେବେ ଅଧିବେଶନ ର କାର୍ଯ୍ୟ ଦିବସ ମାତ୍ର ୯ ଦିନ ରହିଛି l

Continue Reading

Nation

ଓଡିଶାରେ ୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ସେବା: ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବୈଠକରୁ ଜଣାଯାଇଛି ଯେ, ବର୍ତ୍ତମାନ ରାଜ୍ୟରେ ୨୧୦ଟି ଗ୍ରୀଡ୍‌ ସବ୍‌ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛି । ସେଥିମଧ୍ୟରୁ ଗତ ୨ ବର୍ଷ ମଧ୍ୟରେ ୧୫ଟି ନୂଆ ଗ୍ରୀଡ୍‌ ସବ୍‌ଷ୍ଟେସନ୍ ସ୍ଥାପନ କରାଯାଇଛି। ସେହିଭଳି ୨ ବର୍ଷ ମଧ୍ୟରେ ୭୮୮.୯୯ ସର୍କିଟ୍‌ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ ମଧ୍ୟ ବିଛାଯାଇଛି ।

ବୈଠକରେ ୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ରାଜ୍ୟବାସୀଙ୍କ ପାଇଁ ନିରବଛିନ୍ନ ଗୁଣାତ୍ମକ ବିଦ୍ୟୁତ୍‌ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ତଥା ଦ୍ରୁତ ଶିଳ୍ପାୟନକୁ ଦୃଷ୍ଟିରେ ରଖି ୭୬୫ କେଭି ଗ୍ରୀଡ୍‌ର ଏକ ରିଙ୍ଗ୍ ସିଷ୍ଟମ୍ ସ୍ଥାପନ କରାଯାଉଛି ବୋଲି ବୈଠକରୁ ଜଣାଯାଇଛି।

ଏହି ସିଷ୍ଟମ ପାଇଁ ଅନୁଗୋଳ ଓ ସୁନ୍ଦରଗଡ଼ରେ ୨ଟି ୭୬୫/୪୦୦ କେଭି ଗ୍ରୀଡ୍‌ କାର୍ଯ୍ୟକ୍ଷମ ଥିବା ବେଳେ ଗୋପାଳପୁର ଓ ପାରାଦୀପରେ ୨ଟି ୭୬୫/୪୦୦ କେଭି ବିଶିଷ୍ଟ ଗ୍ରୀଡ଼୍ ଷ୍ଟେସନ୍ ନିର୍ମାଣ କରାଯାଉଛି । ଏହା ସହିତ କୋଲାବିରା, ଡୁବୁରି ଓ ଆଠଗଡ଼ ନିକଟସ୍ଥ ବେତଖୋଲି ଠାରେ ଆଉ ୩ଟି ୭୬୫/୪୦୦ କେଭି ସବ୍‌ଷ୍ଟେସନ୍ ନିର୍ମାଣ କରିବା ପାଇଁ ଯୋଜନା କରାଯାଇଛି ।

ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ୪୦୦ କେଭି ବିଶିଷ୍ଟ ୫ଟି ଗ୍ରୀଡ୍‌ ସବ୍‌ଷ୍ଟେସନ୍ ଥିବା ବେଳେ ଆଉ ୪ଟି ୪୦୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍ ନିର୍ମାଣାଧୀନ ରହିଛି ଏବଂ ୨ଟି ଟେଣ୍ଡର ଷ୍ଟେଜ୍‌ରେ ଅଛି । ଆଗକୁ ଆହୁରି ୯ଟି ୪୦୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍ ନିର୍ମାଣ କରିବାର ଯୋଜନା ରହିଛି । ଏସବୁ ସବ୍‌ଷ୍ଟେସନ୍ ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାରେ ବିଦ୍ୟୁତ୍ ସମସ୍ୟା ରହିବ ନାହିଁ ।

ସେହିଭଳି, ବିଭିନ୍ନ ଗ୍ରୀଡ୍‌ ଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି। ୨୦୩୦-୩୧ ସୁଦ୍ଧା ରାଜ୍ୟରେ ପ୍ରାୟ ୫୯୦ଟି ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି । ଏହି ଶିଳ୍ପ ସଂସ୍ଥା ତଥା ଉପଭୋକ୍ତା ମାନଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୬ ହଜାର କୋଟି ଟଙ୍କାର ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି।

ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ଉନ୍ନୟନ କମିଶନର ଶ୍ରୀ ଡି.କେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଲ ଦେବ, OPTCLର CMD ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions