Connect with us

ସିଡନୀ ୭/୧ : ଦୀର୍ଘ ୭୧ ବର୍ଷ ପରେ ଅଷ୍ଟ୍ରଲିଆ ମାଟିରେ ଭାରତୀୟ କ୍ରିକେଟ ଟିମ ଟେଷ୍ଟ ସିରିଜ ବିଜୟୀ ହୋଇପାରିଛି । ବର୍ଷା ଯୋଗୁ ଆଜି ପଂଚମ ତଥା ଶେଷ ଦିନର ଖେଳ ହୋଇନପାରିବା କାରଣରୁ ଏହିମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଥିଲା । ର୍ବୂର ୩ଟି ଟେଷ୍ଟ ମଧ୍ୟରୁ ଭାରତ ଦୁଇଟି ଓ ଅଷ୍ଟ୍ରଲିଆ ଗୋଟିଏ ମ୍ୟାଚ ଜିତିଥିବାରୁ ଭାରତ ୨-୧ରେ ସିରିଜ ବିଜୟୀ ହୋଇଛି । ଚେତେଶ୍ୱର ପୁଜାରାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ସିରିଜ ପରୁସ୍କାରରେ ସମ୍ମାନିତ କରାଯାଇଛି । ସେ ଏହି ସିରିଜରେ ସର୍ବାଧିକ ୫୨୧ରନ କରିଛନ୍ତି । ଶେଷ ଟେଷ୍ଟରେ ଭାରତ ୬୨୨ ରନରେ ପ୍ରଥମ ଇନିଂସ ଘୋଷଣା କରିଥିବାବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୦୦ ଓ ଦ୍ୱିତୀୟ ଇନିଂସରେ କୋ÷ଣସି ୱିକେଟ ନ ହରାଇ ୬ ରନ କରିଥିଲା ।

National

ଅଲମ୍ପିଅନ ହକି ଖେଳାଳି ରୋହିତଦାସଙ୍କୁ ମିଳିଲା ପୂର୍ବତଟ ରେଳପଥରେ ନିଯୁକ୍ତି

Published

on

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଜାତୀୟ ପୁରୁଷ ହକି ଦଳର ପ୍ରମୁଖ ସଦସ୍ୟ ଅମିତ ରୋହିଦାସ ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି।

ଏହା ପୂର୍ବରୁ ସେ ପଶ୍ଚିମ ରେଳପଥ ମୁମ୍ବାଇ ଠାରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି) / କ୍ରୀଡା ପଦବୀରେ କାର୍ଯ୍ୟ କରୁଥିଲେ।

ଭାରତୀୟ ହକି ଦଳ ୪୦ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଥିଲା, ଶେଷ ପଦକ ୧୯୮୦ ରେ ମସ୍କୋ ଅଲିମ୍ପିକ୍ସରେ ମିଳିଥିଲା।

ଅମିତ ରୋହିତଦାସଙ୍କ ଏହି ନୂତନ ଯୋଗଦାନ ପାଇଁ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ; ପୂର୍ବ ତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା) ର ସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଯୋଗଦାନ ନିଶ୍ଚିତ ଭାବରେ ସମସ୍ତ କ୍ରୀଡା ବିଭାଗରେ ଖେଳାଳୀଙ୍କୁ ଉତ୍ସାହିତ କରିବ ବୋଲି ବିଦ୍ୟା ଭୂଷଣ କହିଛନ୍ତି।

Continue Reading

ଖେଳ

ଓସିଏ ନିର୍ବାଚନ ପାଇଁ ଆଶୀର୍ବାଦ ବେହେରାଙ୍କ ନିକଟକୁ ପଠାଗଲା ବାଲାଟ ପେପର

Published

on

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ଅର୍ଥାତ କାଲି ଅନୁଷ୍ଠିତ ହେବ ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏର ନିର୍ବାଚନ । ନାମାଙ୍କନ ପତ୍ର ଦାଖଲ ହୋଇ ସାରିଛି । ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ଏହି ଚିର୍ବାଚନରେ ମତଦାନ କରିବେ । ଏ ନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି । ଓସିଏର ୬ଟି ପଦବୀ ପାଇଁ ନିର୍ବଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ , ଯୁଗ୍ମ ସଂପାଦକ, କୋଷାଧକ୍ଷ ଓ କାଉନସିଲର ସାମିଲ ଅଛି । ଏଥି ପାଇଁ ୨୦ରେ ପାର୍ଥୀପତ୍ର ଦାଖଲ କରାଯାଇଛି । ଏ ନେଇ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ସମ୍ପାଦକ ଦୌଡରେ ଆର୍ଶୀବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ପ୍ରାର୍ଥୀ ରହିଛନ୍ତି । ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୯ରେ ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ସିବିଆଇ ହାତରେ ଗିରଫ ହୋଇଛନ୍ତି । ଓଡ଼ିଶା ପ୍ରିମିୟର ଲିଗ ପାଇଁ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ କୋଟିଏ ଟଙ୍କା ଆଣିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

Continue Reading

ଖେଳ

ଭାରତୀୟ ଦଳକୁ ଝଟକା

Published

on

ନୂଆଦିଲ୍ଲୀ  : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟେବର ୨ ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଗଳା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ଦଳର ପ୍ରମୁଖ ଦ୍ରୃତ ବୋଲର ଯଶପ୍ରୀତ ବୁମରାଙ୍କ ଅଣ୍ଟାରେ ଆଘାତ ଲାଗିବାରୁ ସେ ଟେଷ୍ଟ ଶୃଙ୍ଖଳାରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ଦ୍ରୃତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ବିସିସିଆଇ ଟ୍ୱିଟ କରି ଏହା ସୂଚନା ଦେଇଛି । ତେବେ କେଉଁଥି ପାଇଁ ତାଙ୍କ ଅଣ୍ଟାରେ ଆଘାତ ଲାଗିଛି ତାହା ଜଣା ପଡିନାହିଁ । କିନ୍ତୁ ସାଧାରଣତଃ ଏହି ପରି ଆଘାତ ବୋଲିଙ୍ଗ କରିବା କାରଣରୁ ଲାଗିଥାଏ । ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକାରେ ପଦାର୍ପର କରିବା ଦିନରୁ ଏପର୍ଯ୍ୟନ୍ତ ସେ ମୋଟ ୩ଟି ମ୍ୟାଚ ଖେଳି ପାରି ନାହାନ୍ତି ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions