Connect with us

କଳାହାଣ୍ଡି ୨୦/୨ : ଆଜି ଭବାନୀପାଟଣାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ଜନତା ପାର୍ଟିର ବୁଥ ସ୍ତରୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ସେ ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ରର କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ଏହାସହ ସେ ରାଜ୍ୟ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ।
ଉଦବୋଧନ ଦେବା ପୂର୍ବରୁ ଯୋଗୀ ପୁଲୱାମା ସହିଦଙ୍କୁ ମନେ ପକାଇଥିଲେ । ମଂଚରେ ସହିଦଙ୍କୁ ଶଦ୍ଧାଂଜଳି ଦିଆଯାଇଥିଲା । ଏହାପରେ ସେ କହିଥିଲେ କି ଏକ ହଜାର ବର୍ଷର ପରମ୍ପରା କିପରି ସଂରକ୍ଷିତ ରଖାଯିବ ଏହା କଳାହାଣ୍ଡିର ଏକ ଉଦାହରଣ । ଏଠାରେ ରାଜ ପରମ୍ପରା ସହ ଭାରତୟ ସ୍ୱାଧୀନତା ପାଇଁ ନିଜର ସର୍ବଶ୍ୱ ହରାଇଥିବା ସଂଗ୍ରାମୀଙ୍କ କାହାଣୀ ରହିଛି । ସେ ସଂଗ୍ରାମୀ ରେଡେ ମାଝୀ, ଧରମ ସିଂ ମାନ୍ଧାତା, ବିର ସୁରେନ୍ଦ୍ର ସାଏ, ହାତୀ ସିଂ, କୁଂଜେଲ ସିଂଙ୍କୁ ପ୍ରଣାମ ଜଣାଇଥିଲେ ।
ଏହାପରେ କର୍ମୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ, ମୋଦୀ ହିଁ ଆତଙ୍କବାଦୀଙ୍କୁ ଜବାବ ଦେଇପାରିବେ । ପୂର୍ବରୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳି ପରେ ଗୁଳିଚାଳନା ହେଉଥିଲା କିନ୍ତୁ ବିଜେପି ସରକାର ଆସିବା ପରେ ସେନାର ହାତ ଖୋଲି ଦିଆଯାଇଛି । ଭାରତୀୟ ନାଗରିକଙ୍କ ସୁରକ୍ଷା ସହ ଖେଳିଲେ ଆତଙ୍କବାଦୀଙ୍କୁ ନିପାତ କରାଯିବ । ଆଜି ପାକିସ୍ତାନ ଏବଂ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଏହାକୁ ନେଇ ଡରି ଯାଇଛନ୍ତି । ଏହା ଦେଶର ଲଢେଇ । ଦେଶର ଜନତା ଏଥିରେ ସାମିଲ ହେବା ଆବଶ୍ୟକ ।
୧୯ ବର୍ଷରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ଲକ୍ଷ ଘର କରିଛନ୍ତି ଏବଂ ଯୁପିରେ ୨ ବର୍ଷରେ ୨୦ ଲକ୍ଷ ଘର ଗରିବଙ୍କୁ ମିଳିଛି । ୨ କୋଟି ୬୦ ଲକ୍ଷ ଲୋକଙ୍କୁ ପାଇଖାନା ସୁବିଧା ଦିଆଯାଇଛି । ଧର୍ମେନ୍ଦ୍ର ମନ୍ତ୍ରୀ ହେବା ପରେ ୨୦୧୪ ରୁ ୨୦୧୮ ମଧ୍ୟରେ ୧୨କୋଟି ପରିବାରକୁ ଏଲପିଜି ମିଳିଛି । ସାଢେ ୬ କୋଟି କନେକ୍ସନ ନିଶୁଳ୍କ ପ୍ରଦାନ କରାଯାଇଛି । ବିଜେପି ଦେଶରେ ପରିବର୍ତନ ଆଣିଛି । ଏସସି ଏସଟି ପାଇଁ ଶତ ପ୍ରତିଶତ ମାଗଣା ରୋଷେଇ ଗ୍ୟାସ, ମାଗଣା ଘର, ମାଗଣା ପାଇଖାନା, ବିଦ୍ୟୁତ ସଂଯୋଗୀକରଣ ହୋଇଛି । ଟଙ୍କାକିଆ ଚାଉଳରୁ ୨୯ ଟଙ୍କା କେନ୍ଦ୍ର ଦେଉଥିବା ବେଳେ ଏକ ଟଙ୍କା ରାଜ୍ୟ ସରକାର ଦେଉଛନ୍ତି । ବିକାଶ ଯୋଜନାରେ ଭାରତ ଆଗେଇଛି । କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆରୁ ଆରମ୍ଭ କରି ଆୟୁଷ୍ମାନ ଭାରତରେ ୫୦ କୋଟି ଲୋକଙ୍କୁ ୫ ଲକ୍ଷର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିଛନ୍ତି । କିଷାନ ସମ୍ମାନରେ କୃଷକଙ୍କୁ ବର୍ଷକୁ ୬ହଜାର ଟଙ୍କା ମିଳିବ । କୃଷକଙ୍କ ଜୀବନରେ ପରିବର୍ତନ ହେବ ।
ଆଗାମୀ ନିର୍ବାଚନ ପାଇଁ ବିଜେପିର କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଯୋଗୀ । ମେଦୀଙ୍କ ନେତୃତ୍ୱରେ ଦେଶର ଭବିଷ୍ୟତ ସୁରକ୍ଷିତ । ଓଡିଶାବାସୀ ମଧ୍ୟ ସୁରକ୍ଷିତ ହେବ । ୨୦୧୯ରେ ବିଜୟ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରାଯାଉ ବୋଲି ସେ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions