Connect with us

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରୁ ଧଳା କୁମ୍ଭୀର ଶାବକ ଗାଏବ ହୋଇଯାଇଛି। ଗତବର୍ଷ ଅକ୍ଟୋବରରେ ପ୍ରଜନନ କେନ୍ଦ୍ର ମଧ୍ୟରେ ଏହି ଧଳା କୁମ୍ଭୀର ଶାବକକୁ ଦେଖିବାକୁ ମିଳିଥିଲା। ଦୀର୍ଘ ୪୩ ବର୍ଷ ପରେ କୃତ୍ରିମ ଉପାୟରେ କୁମ୍ଭୀର ଅଣ୍ଡାରୁ ଧଳା କୁମ୍ଭୀର ଛୁଆ ମିଳିବା ପରେ ସବୁ ମହଲରେ ଖୁସିର ଲହରି ଖେଳିଯାଇଥିଲା । ମାତ୍ର ବର୍ଷକ ପରେ ଉକ୍ତ ଧଳା କୁମ୍ଭୀର ଶାବକଟି ପ୍ରଜନନ କେନ୍ଦ୍ର ମଧ୍ୟରେ ନ ଥିବାରୁ ସନ୍ଦେହ ପ୍ରକାଶ ପାଇଛି। ଧଳା କୁମ୍ଭୀର ଶାବକଟି ମୃତ୍ୟୁବରଣ କରିଛି ନା’ ଏହା ପଛରେ ଅନ୍ୟ କିଛି ଷଡଯନ୍ତ୍ର ରହିଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଗତବର୍ଷ ଗୋରୀ, ଶଙ୍ଖୁଆ ପରେ ଆଉ ଏକ ଧଳା କୁମ୍ଭୀର ଛୁଆ ଭିତରକନିକାରେ ଦେଖିବାକୁ ମିଳିଥିଲା। ୨୦୧୭ କୁମ୍ଭୀର ପ୍ରଜନନ ଋତୁରେ ଭିତରକନିକାର ଗଇଖିଆଠାରେ ଏକ କୁମ୍ଭୀର ଅଣ୍ଡା ବସା ଜୁଆର ମାଡରେ ନଷ୍ଟ ହୋଇଯାଇଥିଲା।
ବନବିଭାଗ ପକ୍ଷରୁ ସଂପୃକ୍ତ କୁମ୍ଭୀର ବସାରୁ ୫୮ଟି ଅଣ୍ଡା ସଂଗ୍ରହ କରାଯାଇଥିଲା। ଡାଙ୍ଗମାଳଠାରେ ବଉଳା କୁମ୍ଭୀର ଗବେଷଣା ଓ ସରଂକ୍ଷଣ କେନ୍ଦ୍ରରେ କୃତିମ ଉପାୟରେ ଏହି ୫୮ଟି ଅଣ୍ଡାରୁ ଛୁଆ ଫୁଟାଯାଇଥିଲା। ଅଗଷ୍ଟ ୨୦୧୭ରେ କୁତ୍ରିମ ଉପାୟରେ ୫୮ଟି ଅଣ୍ଡାରୁ ୩୨ଟି ଛୁଆ ବାହାରିଥିଲେ। ୩୨ଟି ଛୁଆକୁ କୁମ୍ଭୀର ଗବେଷଣା ଓ ସରଂକ୍ଷଣ କେନ୍ଦ୍ରରେ ରଖାଯାଇଥିଲା। ବାହାରିବା ସମୟରେ ଛୁଆଗୁଡିିକ ଅତି ଛୋଟ ଆକାରର ହୋଇଥିବାରୁ ଧଳା-କଳା ରଂଗ ବାରି ହୋଇନଥିଲା। ମାତ୍ର ଛୁଆଗୁଡିକ ବଢିବା ପରେ ଗତବର୍ଷ ଅକ୍ଟୋବର ମାସରେ ପ୍ରଜନନ କେନ୍ଦ୍ରରେ ଧଳା ଛୁଆ ପହଁରୁଥିବା ଦେଖିବାକୁ ମିଳିଥିଲା। ଏହି ବିରଳ ଧଳା ଛୁଆଟି ଗୋରୀ ପରି ଶଙ୍ଖ ମଲମଲ ଧଳା ରଂଗର ହୋଇଥିବାରୁ ଏହାକୁ ନେଇ ସବୁ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଏହି ବିରଳ ଧଳା କୁମ୍ଭୀର ଛୁଆ ସଂପର୍କରେ ସେତେବେଳେ ବନବିଭାଗ ପକ୍ଷରୁ ଗଣମାଧ୍ୟମକୁ ଖବର ଦିଆଯାଇଥିଲା। ଧଳା କୁମ୍ଭୀର ଛୁଆର ଯତ୍ନ ସ୍ୱତନ୍ତ୍ର ଭାବେ ନିଆଯାଉଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଥିଲା। ଭିତରକନିକାରେ ଧଳା କୁମ୍ଭୀର ଛୁଆଙ୍କ ସଂଖ୍ୟା ବୃଦ୍ଧି ଭିତରକନିକାକୁ ନୂତନ ପରିଚୟ ଦେଇଥିଲା। ମାତ୍ର ଏବେ ଉକ୍ତ ଧଳା କୁମ୍ଭୀର ଶାବକଟି ନଥିବା ଜଣାପଡିଛି।କୃତ୍ରିମ ଉପାୟରେ ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଜନ୍ମ ନେଉଥିବା କୁମ୍ଭୀର ଶାବକଙ୍କୁ ୩ ବର୍ଷ ହେବାପରେ ନଦୀ ନାଳରେ ଛଡାଯାଇଥାଏ।
ଗତବର୍ଷ ଜନ୍ମ ନେଇଥିବା ଧଳା କୁମ୍ଭୀର ଶାବକକୁ ମାତ୍ର ବର୍ଷେ ହୋଇଥିବା ବେଳେ ଶାବକ କୁଆଡେ ଗଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧଳା କୁମ୍ଭୀର ଶାବକ ମରିଯାଇଛି, ନାଁ ତାକୁ କେଉଁଠି ବିକ୍ରି କରି ଦିଆଯାଇଛି, ସେ ନେଇ ସନ୍ଦେହ ବଢିବାରେ ଲାଗିଛି। କନିକା ରେଞ୍ଜ୍‌ ଅଫିସର୍‌ ସୁବ୍ରତ କୁମାର ପାତ୍ରଙ୍କୁ ପଚାରିବାରୁ ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ଥିବା କଥା ସେ ଜାଣି ନାହାନ୍ତି ବୋଲି କହିଛନ୍ତି।ସୂଚନାଯୋଗ୍ୟ ଯେ, ୧୯୭୫ରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା। ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ସେହିବର୍ଷ କାଳିଭଡିଆ ସଂରକ୍ଷିତ ଜଙ୍ଗଲରୁ ପ୍ରଥମଥର ପାଇଁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ ଗବେଷଣା କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟାଯାଇଥିଲା। ତାପମାତ୍ରା କମ୍‌ ହୋଇଯିବାରୁ ଅଣ୍ଡାଗୁଡିକରୁ ଅଣ୍ଡିରା ଶାବକ ଜନ୍ମ ନେଇଥିବା ବେଳେ ମାତ୍ର ଦୁଇଟି ମାଇ ଶାବକ ଜନ୍ମ ନେଇଥିଲେ। ସେଥି ମଧ୍ୟରୁ ଗୋଟିଏ ଛୁଆ ସମସ୍ତଙ୍କ ଠାରୁ ଭିନ୍ନ ଓ ଧଳା ରଂଗର ଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶଙ୍ଖ ମଲମଲ ପରି ଚକ୍‌ ଚକ୍‌ ଦେହକୁ ଦେଖି ବିଭାଗୀୟ କର୍ମଚାରୀମାନେ ଏହି କୁମ୍ଭୀରର ନାଁ ଗୋରୀ ଦେଇଥିଲେ। ଗୋରୀ ଯୌବନପ୍ରାପ୍ତି ହେବା ପରେ ଆଜିଯାଏଁ ଗୋରୀ ମାତୃତ୍ୱ ଲାଭ କରିବାରୁ ବଂଚିତ ହୋଇଛି।

Continue Reading
Click to comment

Leave a Reply

Your email address will not be published. Required fields are marked *

ଜୀବନଚର୍ଯ୍ୟା

ଲକଡାଉନ ସମୟରେ କେନ୍ଦ୍ରମନ୍ତ୍ରୀ ପାଶ୍ୱନଙ୍କ ଦାଢି ଚିନ୍ତା

Published

on

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଲାସ ପାଶ୍ୱନ ଙ୍କ ଦାଢି ତାଙ୍କ ଗେଟଆପର ଏକ ସିଗନେଚର କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଗତ ସତୁରୀ ଦଶନ୍ଧିର ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ଦୋ ରାସ୍ତେରେ ସେତବେଳର ସୁପରଷ୍ଟାର ରାଜେଶ ଖାନ୍ନା ମୁହଁରେ ଛୋଟ ଛୋଟ ଦାଢି ରଖି ଏକ ନୂଆ ଷ୍ଟାଇଲ ଭାରତୀୟ ଯୁବ ପିଢି କୁ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ପାଶ୍ୱନ ରାଜେଶ ଖାନ୍ନାଙ୍କ ଠାରୁ ଦାଢ଼ି ରଖିବା ଷ୍ଟାଇଲ ଅନୁକରଣ କରିଛନ୍ତି କି ନା ଜଣା ନାହିଁ । ହେଲେ ବର୍ତ୍ତମାନ ସମୟରେ ଦାଢୀକୁ ନେଇ ପାଶ୍ୱନ ଚିନ୍ତାରେ ଅଛନ୍ତି । ଲକଡାଉନ ପାଇଁ ସ୍ପା, ପାର୍ଲର, ସାଲୁନ ସବୁ ବନ୍ଦ । ଦାଢି ଟ୍ରିମ କରିବାର ଉପୟ ନାହିଁ ।

ହେଲେ ପାଶ୍ୱନ ବର୍ତ୍ତମାନ ଏକ ହେଅର ଡ୍ରେସର ପାଇଛନ୍ତି ।

ପୁଅ ଚିରାଗ ପାଶ୍ୱନ ବାପାଙ୍କର ଦାଢି ଟ୍ରିମ କରି ଦେଉଛନ୍ତି ।
ସାଂସଦ ପୁତ୍ର ଏକ ଟ୍ରିମର ସାହାଯ୍ୟରେ ବାପାଙ୍କର ଦାଢି ସାଇଜ଼ କରୁଥିବାର ଏକ ଭିଡ଼ିଓ ଛାଡି ଚିରାଗ ଚର୍ଚ୍ଚାରେ ଅଛନ୍ତି ।
ଯୁବ ପାଶ୍ୱନ କହିଛନ୍ତି ଯେ “କରୋନା ଲକଡାଉନର ଏହି କଠିନ ସମୟର ମଧ୍ୟ ଏକ ଭଲ ଦିଗ ରହିଛି । ମୋର ଏଭଳି ଏକ ଦକ୍ଷତା ସମ୍ପର୍କରେ ଲକଡାଉନ ହିଁ ମୋତେ ଶିଖାଇଛି । କରୋନା ବିରୁଦ୍ଧରେ ଏହି ନିର୍ଣ୍ଣାୟକ ଲଢ଼େଇ ସମୟରେ କେତକ ସୁନ୍ଦର ସ୍ମୃତି ସାଉଁଟିବାର ବେଳ ଆସିଛି ।”

Continue Reading

ଜୀବନଚର୍ଯ୍ୟା

୧୦୭ ବର୍ଷ ବୟସରେ ୧୦୭ ପ୍ରକାର ଚୁଟି କାଟୁଛନ୍ତି ଆନ୍ଥୋନୀ

Published

on

କୁହାଯାଏ କି ବୟସର ଏକ ସୀମା ଅଛି, ଏହାପରେ ମଣିଷ କର୍ମ ଜୀବନରୁ ଅବସର ନେଇଯାଏ । କାମ କରିବାର କ୍ଷମତା କମିଯାଏ । ହେଲେ କ’ଣ ? ଆପଣ ବିଶ୍ୱାସ କରିବେ ! ଦୁନିଆଁର ସବୁଠାରୁ ବୁଢା ବାରିକ ହେଉଛନ୍ତି ଆନ୍ଥୋନୀ ମେନ୍ସିନେଲି । ୧୦୭ବର୍ଷ ବୟସରେ ସେ ଲୋକଙ୍କ ପାଇଁ ଫୁଲ ଟାଇମ୍ ହେୟାର କଟ୍ କରୁଛନ୍ତି । ହଁ ଆପଣ ଜାଣି ଚମକି ଯାଇଥିବେ ନିହାତି, କିନ୍ତୁ କଥାଟି ସତ! ଆମେରିକାର ନ୍ୟୁର‌୍ୟକ ସହରର ୧୦୭ ବର୍ଷ ଧରି ଆନ୍ଥୋନୀ ମେନ୍ସିନେଲି ଆଜି ବି ଲୋକଙ୍କ ଚୁଟି କାଟୁଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଲୋକମାନେ ନୂଆ ନୂଆ ହେୟାର କଟ୍ ପାଇଁ ନିଜେ ତାଙ୍କ ପାଖକୁ ଆସିଥାନ୍ତି । ଆନ୍ଥୋନୀ ମେନ୍ସିନେଲି ପାଖାପାଖି ୧୧ ବର୍ଷ ବୟସରୁ ଏହି ସହରରେ ସେଲୁନ ଚଳାଉଛନ୍ତି । ୨୦୦୭ ମସିହା ୯୬ ବର୍ଷରେ ସେ ଗୀନିଜ ୱାର୍ଲ୍ଡ ରେକର୍ଡ ବନାଇଥିଲେ । ଦୁନିଆର ସବୁଠାରୁ ବୁଢା ବାରିକ ଉପାଧି ମଧ୍ୟ ସେ ପାଇଛନ୍ତି । ତାଙ୍କ ବଢୁଥିବା ବୟସ ବି ତାଙ୍କ କାମରେ ବାଧକ ସାଜି ନାହିଁ । ମେନ୍ସିନେଲି କହନ୍ତି, “ମୋର କିଛି ଗ୍ରାହକ ଅଛନ୍ତି, ଯାହାର ପିତା, ଦାଦା ଓ ପରଦାଦା ସହିତ ଚାରି ପୀଢୀର ଲୋକଙ୍କ ଚୁଟି କାଟିଛନ୍ତି” । ମେନ୍ସିନେଲି ଆହୁରି ମଧ୍ୟ କହିନ୍ତି ସେ ସନ୍ତୋଷ ଜନକ ଭାବେ ଏହି କାମ କରି ଆସୁଛନ୍ତି । ଆଜି ପର୍ଯ୍ୟନ୍ତ ସେ କେବେ ନିଶା ଦ୍ରବ୍ୟ ମଧ୍ୟ ଗ୍ରହଣ କରି ନାହାଁନ୍ତି । ଏହି କାରଣରୁ ସେ ଏଇ ବୟସରେ ମଧ୍ୟ ଏତେ ଅଧିକ କାମ କରି ପାରୁଥିବା କହିଥାନ୍ତି । ଅଧିକ କାମ କରିବାର ଆଉ ଏକ କାରଣ ଥିବା କହନ୍ତି । ସେ କୁହନ୍ତି ତାଙ୍କ ସ୍ତ୍ରୀ ୧୪ ବର୍ଷ ପୂର୍ବେ ୭୦ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତେଣୁ ସେ ନିଜକୁ ଉତ୍ସାହିତ ରଖିବା ପାଇଁ କାମ ପ୍ରତି ଅଧିକ ଧ୍ୟାନ ଦେଉଥିଲେ । ମେନ୍ସିନେଲି କାମକୁ ଆସିବା ପୂର୍ବରୁ ପ୍ରତ୍ୟେକ ଦିନ ତାଙ୍କ ସ୍ତ୍ରୀଙ୍କ ସମାଧିକୁ ଯାଇଥାନ୍ତି ।

Continue Reading

ଜୀବନଚର୍ଯ୍ୟା

ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମାଂସ ବରା

Published

on

ଆବଶ୍ୟକ ସାମଗ୍ରୀ:  ଛେଳି ମାଂସର କିମା, ବ୍ରେଡ୍,ରସୁଣ,ଅଦା,ପିଆଜ, କଂଚାଲଙ୍କା,ଲବଙ୍ଗ,ଅଳେଇଚ,ଡାଲଚିନି,ତେଲ,ଲୁଣ ଏବଂ ହଳଦୀ ।

ପ୍ରଣାଳୀ- ଛେଳି ମାଂସକୁ ନେଇ ବହୁତ ପ୍ରକାର ଡିସ୍ ଆପଣ ଖାଇଥିବେ । ତେବେ ଛେଳି ମାଂସରେ ବରା ଭଳି ଏକ ସ୍ୱାଦିଷ୍ଟ ଡିସ୍ ଆପଣ ଘରେ କିପରି ପ୍ରସ୍ତୁତ କରିବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ।ପାଣିରେ ବ୍ରେଡକୁ କିଛି ସମୟ ଭିଜାଇ ଦିଅନ୍ତୁ । ଏହାପରେ ମାଂସ ସହିତ ବ୍ରେଡକୁ ଭଲଭାବରେ ଚକଟି ଦିଅନ୍ତୁ ।
ଏବେ କଡେଇରେ ତେଲ ଗରମ ହେବା ପରେ ଚକଟିଥିବା ବ୍ରେଡ ଏବଂ ମାଂସର ମିଶ୍ରଣକୁ ଛୋଟ ଛୋଟ ବରା ଆକାରରେ ଛାଣନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମାଂସ ବରା । ଏହାକୁ ସସ୍ କିମ୍ବା ଚଟଣୀ ସହ ଖାଇପାରିବେ ।

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions