ଜୀବନଚର୍ଯ୍ୟା

ବିସ୍ମୟ! କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଧଳା କୁମ୍ଭୀର ଛୁଆ ଗାଏବ

Nulla pariatur. Excepteur sint occaecat cupidatat non proident, sunt in culpa qui officia deserunt mollit anim id est laborum.

Published

on

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରୁ ଧଳା କୁମ୍ଭୀର ଶାବକ ଗାଏବ ହୋଇଯାଇଛି। ଗତବର୍ଷ ଅକ୍ଟୋବରରେ ପ୍ରଜନନ କେନ୍ଦ୍ର ମଧ୍ୟରେ ଏହି ଧଳା କୁମ୍ଭୀର ଶାବକକୁ ଦେଖିବାକୁ ମିଳିଥିଲା। ଦୀର୍ଘ ୪୩ ବର୍ଷ ପରେ କୃତ୍ରିମ ଉପାୟରେ କୁମ୍ଭୀର ଅଣ୍ଡାରୁ ଧଳା କୁମ୍ଭୀର ଛୁଆ ମିଳିବା ପରେ ସବୁ ମହଲରେ ଖୁସିର ଲହରି ଖେଳିଯାଇଥିଲା । ମାତ୍ର ବର୍ଷକ ପରେ ଉକ୍ତ ଧଳା କୁମ୍ଭୀର ଶାବକଟି ପ୍ରଜନନ କେନ୍ଦ୍ର ମଧ୍ୟରେ ନ ଥିବାରୁ ସନ୍ଦେହ ପ୍ରକାଶ ପାଇଛି। ଧଳା କୁମ୍ଭୀର ଶାବକଟି ମୃତ୍ୟୁବରଣ କରିଛି ନା’ ଏହା ପଛରେ ଅନ୍ୟ କିଛି ଷଡଯନ୍ତ୍ର ରହିଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଗତବର୍ଷ ଗୋରୀ, ଶଙ୍ଖୁଆ ପରେ ଆଉ ଏକ ଧଳା କୁମ୍ଭୀର ଛୁଆ ଭିତରକନିକାରେ ଦେଖିବାକୁ ମିଳିଥିଲା। ୨୦୧୭ କୁମ୍ଭୀର ପ୍ରଜନନ ଋତୁରେ ଭିତରକନିକାର ଗଇଖିଆଠାରେ ଏକ କୁମ୍ଭୀର ଅଣ୍ଡା ବସା ଜୁଆର ମାଡରେ ନଷ୍ଟ ହୋଇଯାଇଥିଲା।
ବନବିଭାଗ ପକ୍ଷରୁ ସଂପୃକ୍ତ କୁମ୍ଭୀର ବସାରୁ ୫୮ଟି ଅଣ୍ଡା ସଂଗ୍ରହ କରାଯାଇଥିଲା। ଡାଙ୍ଗମାଳଠାରେ ବଉଳା କୁମ୍ଭୀର ଗବେଷଣା ଓ ସରଂକ୍ଷଣ କେନ୍ଦ୍ରରେ କୃତିମ ଉପାୟରେ ଏହି ୫୮ଟି ଅଣ୍ଡାରୁ ଛୁଆ ଫୁଟାଯାଇଥିଲା। ଅଗଷ୍ଟ ୨୦୧୭ରେ କୁତ୍ରିମ ଉପାୟରେ ୫୮ଟି ଅଣ୍ଡାରୁ ୩୨ଟି ଛୁଆ ବାହାରିଥିଲେ। ୩୨ଟି ଛୁଆକୁ କୁମ୍ଭୀର ଗବେଷଣା ଓ ସରଂକ୍ଷଣ କେନ୍ଦ୍ରରେ ରଖାଯାଇଥିଲା। ବାହାରିବା ସମୟରେ ଛୁଆଗୁଡିିକ ଅତି ଛୋଟ ଆକାରର ହୋଇଥିବାରୁ ଧଳା-କଳା ରଂଗ ବାରି ହୋଇନଥିଲା। ମାତ୍ର ଛୁଆଗୁଡିକ ବଢିବା ପରେ ଗତବର୍ଷ ଅକ୍ଟୋବର ମାସରେ ପ୍ରଜନନ କେନ୍ଦ୍ରରେ ଧଳା ଛୁଆ ପହଁରୁଥିବା ଦେଖିବାକୁ ମିଳିଥିଲା। ଏହି ବିରଳ ଧଳା ଛୁଆଟି ଗୋରୀ ପରି ଶଙ୍ଖ ମଲମଲ ଧଳା ରଂଗର ହୋଇଥିବାରୁ ଏହାକୁ ନେଇ ସବୁ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଏହି ବିରଳ ଧଳା କୁମ୍ଭୀର ଛୁଆ ସଂପର୍କରେ ସେତେବେଳେ ବନବିଭାଗ ପକ୍ଷରୁ ଗଣମାଧ୍ୟମକୁ ଖବର ଦିଆଯାଇଥିଲା। ଧଳା କୁମ୍ଭୀର ଛୁଆର ଯତ୍ନ ସ୍ୱତନ୍ତ୍ର ଭାବେ ନିଆଯାଉଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଥିଲା। ଭିତରକନିକାରେ ଧଳା କୁମ୍ଭୀର ଛୁଆଙ୍କ ସଂଖ୍ୟା ବୃଦ୍ଧି ଭିତରକନିକାକୁ ନୂତନ ପରିଚୟ ଦେଇଥିଲା। ମାତ୍ର ଏବେ ଉକ୍ତ ଧଳା କୁମ୍ଭୀର ଶାବକଟି ନଥିବା ଜଣାପଡିଛି।କୃତ୍ରିମ ଉପାୟରେ ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଜନ୍ମ ନେଉଥିବା କୁମ୍ଭୀର ଶାବକଙ୍କୁ ୩ ବର୍ଷ ହେବାପରେ ନଦୀ ନାଳରେ ଛଡାଯାଇଥାଏ।
ଗତବର୍ଷ ଜନ୍ମ ନେଇଥିବା ଧଳା କୁମ୍ଭୀର ଶାବକକୁ ମାତ୍ର ବର୍ଷେ ହୋଇଥିବା ବେଳେ ଶାବକ କୁଆଡେ ଗଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଧଳା କୁମ୍ଭୀର ଶାବକ ମରିଯାଇଛି, ନାଁ ତାକୁ କେଉଁଠି ବିକ୍ରି କରି ଦିଆଯାଇଛି, ସେ ନେଇ ସନ୍ଦେହ ବଢିବାରେ ଲାଗିଛି। କନିକା ରେଞ୍ଜ୍‌ ଅଫିସର୍‌ ସୁବ୍ରତ କୁମାର ପାତ୍ରଙ୍କୁ ପଚାରିବାରୁ ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ଥିବା କଥା ସେ ଜାଣି ନାହାନ୍ତି ବୋଲି କହିଛନ୍ତି।ସୂଚନାଯୋଗ୍ୟ ଯେ, ୧୯୭୫ରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା। ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ସେହିବର୍ଷ କାଳିଭଡିଆ ସଂରକ୍ଷିତ ଜଙ୍ଗଲରୁ ପ୍ରଥମଥର ପାଇଁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ ଗବେଷଣା କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟାଯାଇଥିଲା। ତାପମାତ୍ରା କମ୍‌ ହୋଇଯିବାରୁ ଅଣ୍ଡାଗୁଡିକରୁ ଅଣ୍ଡିରା ଶାବକ ଜନ୍ମ ନେଇଥିବା ବେଳେ ମାତ୍ର ଦୁଇଟି ମାଇ ଶାବକ ଜନ୍ମ ନେଇଥିଲେ। ସେଥି ମଧ୍ୟରୁ ଗୋଟିଏ ଛୁଆ ସମସ୍ତଙ୍କ ଠାରୁ ଭିନ୍ନ ଓ ଧଳା ରଂଗର ଥିବାରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶଙ୍ଖ ମଲମଲ ପରି ଚକ୍‌ ଚକ୍‌ ଦେହକୁ ଦେଖି ବିଭାଗୀୟ କର୍ମଚାରୀମାନେ ଏହି କୁମ୍ଭୀରର ନାଁ ଗୋରୀ ଦେଇଥିଲେ। ଗୋରୀ ଯୌବନପ୍ରାପ୍ତି ହେବା ପରେ ଆଜିଯାଏଁ ଗୋରୀ ମାତୃତ୍ୱ ଲାଭ କରିବାରୁ ବଂଚିତ ହୋଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version