Connect with us

ଭୁବନେଶ୍ୱର ୧୮/୩ : ବିଜେଡି ଘୋଷଣା କଲା ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା । ନବୀନ ନିବାସରେ ବିଜେଡିର ପ୍ରଥମ ପର‌୍ୟ୍ୟାୟ ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରଥମ ପର‌୍ୟ୍ୟାୟ ଓ ଦ୍ୱିତୀୟ ପର‌୍ୟ୍ୟାୟ ଅଥାର୍ତ ଏପ୍ରିଲ ୧୧ ଓ ୧୮ରେ ହେବାକୁ ଥିବା ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରଥମେ ଟିକେଟ ଘୋଷଣା କରିଛି । ଆଉ ଏହାସହ ୨୦୧୯ ମହାସମର ପାଇଁ ସେନା ପ୍ରସ୍ତୁତ କରିଛନ୍ତି ଦଳପତି । ତେବେ ଏହି ତାଲିକାରେ ଆପଣଙ୍କୁ ଅଞ୍ଚଳରୁ କିଏ ବିଜେଡି ଟିକେଟରୁ ନିର୍ବାଚନ ଯୁଦ୍ଧ ମୈଦାନକୁ ଓହ୍ଲାଇବା ତାହା ଉପରେ ନଜର ପକାନ୍ତୁ । କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ନବରଙ୍କପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ବରଗଡରୁ ପ୍ରସନ୍ନ ଆଚାର‌୍ୟ୍ୟ, କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି ବିଜେଡି ।

ଲୋକସଭା କ୍ଷେତ୍ର : କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ (ସାଂସଦ ପ୍ରାର୍ଥୀ)
ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ
ଖରିଆର : ଲମ୍ବୋଧର ନିଆଳ
ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର
ଧର୍ମଗଡ଼ : ମହୋଷଧି ବାଗ
ଭବାନୀପାଟଣା : ଦୁଷ୍ମନ୍ତ ନାଏକ
ନର୍ଲା :ଭୂପିନ୍ଦର ସିଂ

ଲୋକସଭା କ୍ଷେତ୍ର: ନବରଙ୍ଗପୁର : ରମେଶ ଚନ୍ଦ୍ର ମାଝୀ (ସାଂସଦ ପ୍ରାର୍ଥୀ)
ଉମରକୋଟ : ସୁବାଶ ଗଣ୍ଡ
ନବରଙ୍ଗପୁର : ସଦାଶିବ ପ୍ରଧାନ
ଡ଼ାବୁଗାଁ : ମନୋହର ରାନ୍ଧାରୀ
କୋଟପାଡ଼ : ପଦ୍ମୀନୀ ଡିଆନ
ଚିତ୍ରକୋଣ୍ଡା : ପୂର୍ଣ୍ଣଚନ୍ଦ୍ର ସାକା

ଲୋକସଭା କ୍ଷେତ୍ର: କୋରାପୁଟ : କୌଶଲ୍ୟା ହିକକା (ସାଂସଦ ପ୍ରାର୍ଥୀ)
ଗୁଣୁପୁର : ରଘୁନାଥ ଗମାଙ୍ଗ
ବିଷମକଟକ :ଜଗନ୍ନାଥ ସାରକା
ରାୟଗଡ଼ା : ଲାଲ ବିହାରୀ ହିମିରିକା
ଲକ୍ଷ୍ମୀପୁର : ପ୍ରଭୁ ଜାନୀ
ଜୟପୁର : ରବି ନାରାୟଣ ନନ୍ଦ
କୋରାପୁଟ : ରଖୁରାମ ପୋଡାଲ

ଲୋକସଭା କ୍ଷେତ୍ର : ବ୍ରହ୍ମପୁର : ଚନ୍ଦ୍ରଶେଖର ସାହୁ (ସାଂସଦ ପ୍ରାର୍ଥୀ)
ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା
ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର : ବିକ୍ରମ ପଣ୍ଡା
ଦିଗପହଣ୍ଡି : ସୂଯ୍ୟ ନାରାୟଣ ପାତ୍ର
ଚିକିଟି : ଉଷା ଦେବୀ
ମୋହନା : ପୂର୍ଣ୍ଣବାସୀ ନାୟକ
ପାରଳାଖେମୁଣ୍ଡି : କଲ୍ୟାଣୀ ଗଜପତି

କନ୍ଧମାଳ : ଅଚ୍ୟୁତ ସାମନ୍ତ (ସାଂସଦ ପ୍ରାର୍ଥୀ)
ବାଲିଗୁଡା : ଚକ୍ରଧର କହଁର
ଜି. ଉଦୟଗିରି : ସାଲୁଜା ପ୍ରଧାନ
ବୌଦ୍ଧ : ପ୍ରଦୀପ କୁମାର ଅମାତ
କଣ୍ଟାମାଳ : ମହୀଧର ରାଣା
ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ
ଦଶପଲ୍ଲା : ରମେଶ ବେହେରା

ବରଗଡ : ପ୍ରସନ୍ନ ଆଚାର‌୍ୟ୍ୟ (ସାଂସଦ ପ୍ରାର୍ଥୀ)
ବରଗଡ : ଦେବେଶ ଆଚାର‌୍ୟ୍ୟ
ଅତାବିରା : ସ୍ନେହାଙ୍ଗିନୀ ଛୁରିଆ
ଭଟଲୀ : ସୁଶାନ୍ତ ସିଂ
ପଦ୍ମପୁର : ବିଜୟ ରଞ୍ଜନ ସିଂହ ବରିହା
ବିଜେପୁର : ନବୀନ ପଟ୍ଟନାୟକ
ଝାରସୁଗୁଡା : ନବ କିଶୋର ଦାସ

ସୁନ୍ଦରଗଡ : ସୁନୀତା ବିଶ୍ୱାଳ (ସାଂସଦ ପ୍ରାର୍ଥୀ)
ସୁନ୍ଦରଗଡ : ଯୋଗଶ ସିଂ
ରାଜଗାଙ୍ଗପୁର : ମଙ୍ଗଳା କିଷାନ
ତଳସରା : ଷ୍ଟିଫେନ ସୋରେନ
ରାଉରକେଲା : ସାରଦା ପ୍ରସାଦ ନାୟକ
ରଘୁନାଥପଲ୍ଲୀ : ସୁବ୍ରତ ତରାଇ
ବଣାଇ : ରଣଜିତ୍ କିଷାନ

ବଲାଙ୍ଗୀର : କଳିକେଶ ନାରାୟଣ ସିଂହଦେଓ (ସାଂସଦ ପ୍ରାର୍ଥୀ)
ଟିଟଲାଗଡ : ଟୁକୁନି ସାହୁ
ପାଟଣାଗଡ : ସରୋଜ ମେହେର
ସୋନୁପର : ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଝୀ : ଅଜୟ ଦାଶ
ବୀରମହାରାଜପୁର : ପଦ୍ମନାଭ ବେହେରା

ଆସ୍କା : ପ୍ରମିଳା ବିଷୋୟୀ (ସାଂସଦ ପ୍ରାର୍ଥୀ)
ହିଞ୍ଜଳିକାଟୁ : ନବୀନ ପଟ୍ଟନାୟକ
ଆସ୍କା : ମଞ୍ଜୁଳା ସ୍ୱାଇଁ
ସୋରଡା : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି : ନନ୍ଦିନୀ ଦେବୀ
ପୋଲସରା : ଶ୍ରୀକାନ୍ତ ସାହୁ
କବିସୂଯ୍ୟନଗର : ଲତିକା ପ୍ରଧାନ
ଖଲ୍ଲିକୋଟ : କେକେ ସୂଯ୍ୟମଣି ବୈଦ୍ୟ

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions