Connect with us

ନବରଙ୍ଗପୁର ୬/୪ : ଓଡିଶାବାସୀଙ୍କ ହୃଦୟ ଜିତିବାକୁ ନବୀନଙ୍କ ଜୋରଦାର କସରତ । ଆଉ ଏହି ପ୍ରରିପେକ୍ଷୀରେ ଘନ ଘନ ନିର୍ବାଚନୀ ରାଲି କରି ଭୋଟରଙ୍କୁ ଆକର୍ଷିତ କରିବାକୁ ଗୋଟି ଚାଲଳା କରୁଛନ୍ତି ବିଜେଡି ସୁପ୍ରିମ । ଆଜି ନବରଙ୍ଗପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ନବରଙ୍ଗପୁରର ରାଇଘରରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ପରେ ନବରଙ୍ଗପୁର ଷ୍ଟାଡିୟମରେ ଉଦବୋଧନ ଦେଇଛନ୍ତି ନବୀନ । ତେବେ ବିଜେଡି ସୁପ୍ରିମୋଙ୍କ ଫୋକସରେ ରହିଛି ଚାଷୀ କୂଳ । ବିଜେଡି ନିଜ ଇସ୍ତାହାର ପତ୍ରରେ ଚାଷୀ କଲ୍ୟାଣକୁ ଏକ ନମ୍ବରରେ ରଖିଥିବା କହିଛନ୍ତି ଦଳପତି ।
କାଳିଆ ଯୋଜନାରେ ଏପର‌୍ୟ୍ୟନ୍ତ ୪୦ ଲକ୍ଷ ଚାଷୀ ଫାଇଦା ପାଇଥିବା ବେଳେ ଆହୁରି ୨୫ ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସବୁ ଚାଷୀ କାଳିଆ ଯୋଜନାର ଫାଇଦା ପାଇବେ । ଗୋଟିଏ ବି ଚାଷୀ ଏହି ଯୋଜନାରୁ ବାଦ ପଡିବେ ନାହିଁ ବୋଲି କହିଛନ୍ତି ନବୀନ । ଏହାଛଡା ସରକାରକୁ ଆସିବାର ପ୍ରଥମ ଦିନରେ ହିଁ ବାକି ଥିବା ୨୫ ଲକ୍ଷ ଚାଷୀ କାଳିଆ ଯୋଜନାର ୨ଟି କିସ୍ତିର ୧୦ ହଜାର ଟଙ୍କା ଏକାଥରକେ ପାଇବେ । ଏଭଳି କହି କୃଷକଙ୍କ ମନ ଜିଣିବା ପାଇଁ ପ୍ରୟାସ କରିଛନ୍ତି ନବୀନ ।
ଏହାଛଡା ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯାଇ ନବୀନ କହିଛନ୍ତି, କେନ୍ଦ୍ର ବଡ ବଡ ନେତମାନେ ୫ ବର୍ଷରେ ଥରେ କେହି ଆସିଲେ ନାହିଁ ଏବେ କେବଳ ଭୋଟ ଆସୁଛନ୍ତି ବୋଲି କହିଛନ୍ତି ନବୀନ । ଫାଇଲିନ, ହୁଡହୁଡ, ତିତିଲି ବେଳେ କେହି ଆସିଲେ ନାହିଁ କିନ୍ତୁ ଭୋଟବେଳକୁ ଚାଲି ଆସୁଛନ୍ତି କେନ୍ଦ୍ର ସରକାରଙ୍କୁ ତେରଛା ବାଣ ମାରିଛନ୍ତି ନବୀନ । ଏହାପରେ ରାଜ୍ୟରେ ଜଳସେଚନ ଲାଗି କେନ୍ଦ୍ର ୨୫୦କୋଟି ହୋଇଥିବା ବେଳେ ରାଜ୍ୟ ସରକାର ୨୦,୦୦୦ କୋଟି ଖର୍ଚ୍ଚ କରିବା ସହିତ ୪୦ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ଦିଆଯାଇଛି ବୋଲି ନବୀନ କହିଥିଲେ।

ନିର୍ବାଚନ ବେଳେ ସମସ୍ତେ ବଡ ବଡ କଥା କହିବେ କିନ୍ତୁ ନିର୍ବାଚନ ସରିବା ପରେ କାହାର ଦେଖା ମିଳିବ ନାହିଁ ଟାର୍ଗେଟ କରିଛନ୍ତି ନବୀନ । କିନ୍ତୁ ବିଜେଡି ସରକାର ଜନ୍ମରୁ ମୃତ୍ୟୁ ପର‌୍ୟ୍ୟନ୍ତ ଲୋକଙ୍କ ସହ ରହିଛି । ଏହାସହ ତାଙ୍କୁ ପୁଣିଥରେ ଆର୍ଶୀବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟରକୁ ନିବେଦନ କରିଛନ୍ତି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions