Connect with us

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ଓ ସାହିତ୍ୟିକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିକଥା ‘ଜାନକୀ ବଲ୍ଲଭ ପଟ୍ଟନାୟକ: An Unfinished Memoir’ର ଇଂରାଜୀ ଅନୁବାଦ ସେପ୍ଟେମ୍ବର ୨୮ ତାରିଖ ସନ୍ଧ୍ୟା ୬ଟା ୨୧ ମିନିଟରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଏକ ବିଶେଷ ସମାରୋହରେ ଉନ୍ମୋଚିତ ହୋଇଛି।

ବିଶିଷ୍ଟ ଲେଖକ ଓ ସାମ୍ବାଦିକ ଭାସ୍କର ପରିଚ୍ଛା ଏହି ସ୍ମୃତିକଥାକୁ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରିଛନ୍ତି। ବି.କେ. କ୍ଲାସିକ୍ସ, (ବି.କେ. ପବ୍ଲିକେସନ୍ସ ପ୍ରାଇଭେଟ୍ ଲିମିଟେଡ୍‌) ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦୀର୍ଘ ରାଜନୈତିକ ଜୀବନ, ସାର୍ବଜନୀନ ଜୀବନର ଅନୁଭବ, ସମକାଳୀନ ରାଜନୀତି ଓ ସମାଜର ବିଭିନ୍ନ ଘଟଣା ସହିତ ତାଙ୍କର ବ୍ୟକ୍ତିଗତ ଅନୁଭବ ଓ ସ୍ମୃତିର ଅନ୍ତରଙ୍ଗ ବର୍ଣ୍ଣନା ସ୍ଥାନ ପାଇଛି।

ଏହି ସ୍ମୃତିକଥାର ଇଂରାଜୀ ଅନୁବାଦ ମାଧ୍ୟମରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନ ଓ ଚିନ୍ତାଧାରା ଓଡ଼ିଆ ପାଠକଙ୍କ ପରିସର ଅତିକ୍ରମ କରି ଜାତୀୟ ଓ ଆନ୍ତର୍ଜାତୀୟ ଇଂରାଜୀ ପାଠକଙ୍କ ନିକଟରେ ପହଞ୍ଚିବାର ସୁଯୋଗ ପାଇଛି। ଓଡ଼ିଶାର ଆଧୁନିକ ରାଜନୈତିକ ଓ ସାମାଜିକ ଇତିହାସକୁ ନିକଟରୁ ବୁଝିବା ପାଇଁ ଏହି ପୁସ୍ତକ ଏକ ଉପାଦେୟ ସ୍ମୃତିକଥା ଭାବେ ବିବେଚିତ ହେବ।

ପୁସ୍ତକ ଉନ୍ମୋଚନ ସମାରୋହରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ସମ୍ମାନିତ ଅତିଥି ଏବଂ ପୂର୍ବତନ ମୁଖ୍ୟ ରାଜ୍ୟ ନିର୍ବାଚନ କମିଶନର ସଞ୍ଜୀବ ଚନ୍ଦ୍ର ହୋତା ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ।

ବିଶିଷ୍ଟ ପ୍ରବନ୍ଧକାର ଓ ଶିକ୍ଷାବିତ୍ ଅଭିରାମ ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସାର୍ବଜନୀନ ଜୀବନ, ସାହିତ୍ୟିକ ଅବଦାନ ଏବଂ ତାଙ୍କ ସ୍ମୃତିକଥାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ପୁସ୍ତକର ଅନୁବାଦକ ଭାସ୍କର ପରିଚ୍ଛା ଅନୁବାଦ ପ୍ରକ୍ରିୟା ଓ ପୁସ୍ତକ ସହିତ ଜଡ଼ିତ ତାଙ୍କର ଅନୁଭବ ସମ୍ପର୍କରେ ନିଜ ମତ ରଖିଥିଲେ। ବି.କେ. କ୍ଲାସିକ୍ସର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ପୁସ୍ତକ ପ୍ରକାଶନର ଉଦ୍ଦେଶ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସାହିତ୍ୟ

ସାହିତ୍ୟ ମାସିକୀ : “କବିତାରେ ମାନବ ସଭ୍ୟତାର ଅସଲ ଇତିହାସ ଅଛି “

Published

on

ଭୁବନେଶ୍ୱର : ଜୀବନ ପ୍ରତି ଅନୁରାଗ ଓ ଅନୁଗତ୍ୟ ହେଉଛି କବିତାର ଧର୍ମ | ଏହା ପଢିଲା ପରେ ଯାହା ମନରେ ରୁହେ ତାହାହିଁ

କବିତାର ସ୍ୱର ବୋଲି ପ୍ରାକ୍ତନ ପ୍ରଶାସକ ଓ ସାହିତ୍ୟିକ ଡ଼. କୃଷ୍ଣ ଚନ୍ଦ୍ର ବଳ ଉଲ୍ଲେଖ କରିଛନ୍ତି |

ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ “ସାହିତ୍ୟ ମାସିକୀ”ରେ ଯୋଗ ଦେଇ ଡ଼. ବଳ କହିଲେ ଯେ କବିତାରେ

ଜୀବନ ଖୋଲିବାର ଅନେକ ବାଟ ଖୋଲିଯାଏ | ପ୍ର. ସନ୍ତୋଷ ତ୍ରିପାଠୀ, ନନ୍ଦ କିଶୋର ବିଶ୍ୱାଳ ଓ ପ୍ରଦୀପ୍ତ କୁମାର ବିଶ୍ୱାଳ ଡ଼. ବଳଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ |

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୁବ କବି ସୁଶ୍ରୀ ଶୀତଲ ମିଶ୍ର “ଏ ମାସର କବି ” ଭାବରେ ଯୋଗ ଦେଇ ସ୍ୱରଚିତ ଲେଖା ପାଠ କରିଥିଲେ |

ପରେ ଉପସଭାପତି ମିନତି ଦାଶ ଓ ଅଧ୍ୟାପିକା ଶର୍ମିଷ୍ଠା ମହାପାତ୍ରଙ୍କ ମିଳିତ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ମିହିରକାନ୍ତି ଦାଶ, ସ୍ଵର୍ଣ୍ଣଲତା ସତପଥି, ମହେନ୍ଦ୍ର କୁମାର ମଲ୍ଲିକ, ଶଂତାପ ଜେନା,ଇତିଶ୍ରୀ ପତି,ସୁଶାନ୍ତ ଷଡ଼ଙ୍ଗୀ, ନିରୁପମା ରଥ, ଅଳକା ରାୟ, ବିଜୟ ମହାପାତ୍ର, ଶ୍ୟାମାକିଙ୍କର ମହାନ୍ତି, ନୃସିଂହ ତରାଇ, ଅକ୍ଷୟ ବେହେରା, ଚିତ୍ତରଞ୍ଜନ ମହାନ୍ତି, ଶୈଳେନ୍ଦ୍ର ଜେନା, ବିରଞ୍ଚି ଶତପଥି, ପବିତ୍ର ବାରିକ, ସବିତା ଶତପଥୀ, ଅଶୋକ ସିଂହ, ଗୀତାଞ୍ଜଳି ଦଳାଇ, ମିନତି ମିଶ୍ର, ପ୍ରଦ୍ୟୁମ୍ନ ପଟ୍ଟନାୟକ, ରଜନୀକାନ୍ତ ପଟ୍ଟନାୟକ, ଜୟନାରାୟଣ ନନ୍ଦ, ଶ୍ରୀମନ୍ତ ନନ୍ଦ, ଡ଼. ବାସନ୍ତୀ ମହାନ୍ତି, ଅଲେଖ ରାଉତ, ମଧୁଳିତା ପରିଡା, ଶ୍ରାବଣୀ ମିଶ୍ର, ଦିଲ୍ଲୀପ ସ୍ୱାଇଁ, ବାଦଲ ମହାନ୍ତି, ଅଭୟ ନାରାୟଣ ନାୟକ, ରଶ୍ମିତା ବେହେରା, ଘନବିହାରୀ ମହାରଣା, ବିଷ୍ନୁପ୍ରିୟା ଜେନା ଓ ବିଦ୍ୟୁତପ୍ରଭା ଗନ୍ତାୟତ ପ୍ରମୁଖ କବିତା ପାଠ କରିଥିଲେ |

 

ଟ୍ରଷ୍ଟର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରଂଭରେ ଡାକ୍ତର ଜୀବନକୃଷ୍ଣ ମିଶ୍ର ବେଦ ପାଠ କରିଥିବା ବେଳେ ଅନ୍ୟତମ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

Continue Reading

ସାହିତ୍ୟ

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ “ଓଡ଼ିଆ ମୁଁ ଓଡ଼ିଆ ” ଓ “ଦି ଗ୍ରାମାର ଅଫ ଡିକେ” ପୁସ୍ତକ ଲୋକାର୍ପିତ

Published

on

ଭୁବନେଶ୍ୱର: ଲେଖକର ବକ୍ତବ୍ୟ ତା ଲେଖାରେ ପ୍ରତିଫଳିତ ହୋଇଥାଏ |ପ୍ରତି ଲେଖା ଭିନ୍ନ ଭିନ୍ନ ଭାବରେ ପାଠକଙ୍କ ଦ୍ୱାରା ବିଚାର କରାଯାଏ ବୋଲି ଅତିଥିମାନେ ମତ ଦେଇଛନ୍ତି |

ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ନନ୍ଦ କିଶୋର ସିଂହଙ୍କ ଲିଖିତ ” ଓଡ଼ିଆ ମୁଁ ଓଡ଼ିଆ ” ଓ ଡ଼. ଅଶୋକ କୁମାର ସିଂହଙ୍କ ଲିଖିତ “ଦି ଗ୍ରାମାର ଅଫ ଡିକେ ” ଲୋକାର୍ପିତ ହୋଇଛି |

କାର୍ଯ୍ୟକ୍ରମରେ ପ୍ର. ଯତୀନ ନାୟକ ଅତିଥି ଭାବରେ ଯୋଗଦେଇ ‘ଡିକେ’ ବା କ୍ଷୟ ମଧ୍ୟ ଆମ ଜୀବନର ଅଂଶ ଓ ଏହା ଚେତନାକୁ ଅଧିକ ରସାଣିତ କରିବାରେ ସାହାଯ୍ୟ କରିଥାଏ ବୋଲି ଉଲ୍ଲେଖ କରିଥିଲେ | ଅତିଥି ଡ଼. ନନ୍ଦ କିଶୋର ବିଶ୍ୱାଳ, ଶଙ୍କର ନାରାୟଣ ମଲ୍ଲିକ, ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଓ ପୁସ୍ତକଦୁଇଟି ସମ୍ପର୍କରେ ଆଲୋଚନା କରିଥିଲେ |

ଡ଼. ଆଦ୍ୟାଶା ଦାସ ଓ ଅଶୋକ ସିଂହଙ୍କ ମଧ୍ୟରେ ବାର୍ତାଳାପ ହୋଇଥିଲା |ଲେଖକଦ୍ବୟ ସେମାନଙ୍କ ଅଭିମତ ଉପସ୍ଥାପନ କରିଥିଲେ |

ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଏଥିରେ ବହୁ କବି ଓ ଲେଖକଙ୍କ ସମେତ ଉଭୟ ପୁସ୍ତକର ପ୍ରକାଶକ ଓ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ | ଶେଷରେ କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |

Continue Reading

ସାହିତ୍ୟ

ସାହିତ୍ୟ ମାସିକୀ: ବାଜପେୟୀଙ୍କ କବିତାର ଅନୁଦିତ ପୁସ୍ତକ “କବିତା ଅଟଳ ” ପାଠକାର୍ପିତ

Published

on

ଭୁବନେଶ୍ୱର: ସହୃଦୟତା, ଅପୂର୍ଣ୍ଣତା ଓ ନିର୍ଭୀକତା ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପାୟୀଜୀଙ୍କ କବିତ୍ୱ୍ୱର ମୂଳମନ୍ତ୍ର |ସେ ରାଜନୀତି ଓ ସାହିତ୍ୟସାଧନାକୁ ପୃଥକ ଭାବେ ଲକ୍ଷ୍ୟ କରୁଥିଲେ |ତାଙ୍କ କବିତା ଲୋକଙ୍କ ହୃଦୟରେ ଗୁଞ୍ଜରିତ ହେଉଛି ବୋଲି ଅତିଥିମାନେ ମତ ଦେଇଛନ୍ତି |

ଆଜି ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନ ସଭାକକ୍ଷରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ “ସାହିତ୍ୟ ମାସିକୀ ” ରେ ବିଦ୍ୟୁତପ୍ରଭା ଗନ୍ତାୟତଙ୍କ  ଦ୍ୱାରା ବାଜାପାୟୀଙ୍କ କବିତାର ଅନୁବାଦ ପୁସ୍ତକ”କବିତା ଅଟଳ”ପାଠକାର୍ପଣ କାର୍ଯ୍ୟକ୍ରମରେ ଶିକ୍ଷାବିତ ତଥା ନାଟ୍ୟକାର ପୂର୍ଣ୍ଣ ମଲ୍ଲିକ ମୁଖ୍ୟ ଅତିଥି ଭାବରେ

ଯୋଗ ଦେଇଥିଲେ | କବି ବିଜୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ପ୍ରାବନ୍ଧିକା ଡ଼. ସଂଘମିତ୍ରା ଭଞ୍ଜ କବିତାଗୁଡିକ ଉପରେ ଆଲୋକପାତ କରିଥିଲେ | ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ଅନୁଵାଦକା ମଧ୍ୟ ବକ୍ତବ୍ୟ ରଖିଥିଲେ | ପ୍ରିୟଦର୍ଶିନୀ ମହାନ୍ତି ଅଶୋକ ସିଂ,ସୁଶାନ୍ତ ଷଡ଼ଙ୍ଗୀ,ସଞ୍ଜୟ ମହାନ୍ତି ଓ ସନ୍ତାପ ଜେନା ପୁସ୍ତକରୁ କବିତା ପଢିଥିଲେ |

କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ |

ଶେଷରେ ବୀଣାପାଣି ମିଶ୍ର ଓ ମଧୁମିତା ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଧ୍ରୁବ ଚରଣ ସେଠୀ, ଚନ୍ଦନ ସିଂ, ଚିତ୍ତରଞ୍ଜନ ବର୍ମା, ଶ୍ରୀମନ୍ତ ନନ୍ଦ, ମିହିର କୁମାର ରଥ ଶର୍ମା, ବିଜୟ ମଲ୍ଲିକ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ଆର୍ତବନ୍ଧୁ ଦାସ, ପ୍ରହରାଜ ଜୟନାରାୟଣ ନନ୍ଦ, ନିରଞ୍ଜନ ମିଶ୍ର, ଘନ ବିହାରୀ ମହାରଣା, ଶ୍ୟାମାକିଙ୍କର ମହାନ୍ତି, ଅରୁଣ ଡାକୁଆ, ସୁବ୍ରତ ରଥ, ମନମୋହନ ମିଶ୍ର, ପ୍ରଦୀପ୍ତ ବାରିକ, ସନ୍ତାପ ଜେନା, ପ୍ରମୋଦ ପ୍ରଧାନ ପ୍ରମୁଖ ସ୍ୱରଚିତ ଲେଖା ପାଠ କରିଥିଲେ | ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions