Connect with us

ରାୟଗଡ଼ା ୭/୪ : ପ୍ରଚାର ମୈଦାନରୁ ବିରୋଧୀଙ୍କ ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ହାଇଟେକ୍ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ରାଜ୍ୟର ବିକାଶ ପାଇଁ ବିଜେଡ଼ି ସରକାର କାମ କରୁଛି। ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛି। ଏଥିରେ ଏଯାଏଁ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ଆହୁରି ୨୦ ଲକ୍ଷ ଚାଷୀ ଉପକୃତ ହେବେ। ନିର୍ବାଚନରେ କ୍ଷମତାକୁ ଆସିଲେ ସରକାର ପ୍ରଥମ ଦିନରେ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦେବେ।
ବିଜେଡି ସରକାରର ସଫଳତାର କାହାଣୀ କହି ସାରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ନବୀନ । କେଉଁଭଳି ଭାବେ କେନ୍ଦ୍ର ସରକାର ଓଡିଶାକୁ ଅଣଦେଖା କରୁଛି ତାହାର ଗୋଟି ଗୋଟି ହିସାବ ଜନତାଙ୍କ ଆଗରେ ରଖିଥିଲେ ନବୀନ । ଗରୀବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା ଆରମ୍ଭ କରିଛନ୍ତି । ହେଲେ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ସହାୟତା ଦେବାକୁ ମନା କରିଦେଇଥିଲେ । ରାଜ୍ୟ ସରକାର ନିଜ ଉଦ୍ୟମରେ ଆହର ଯୋଜନା ଜାରି ରଖିଛନ୍ତି ।ସେହିପରି କେନ୍ଦ୍ରୀୟ ଅବହେଳା କଥା ଉଠାଇ ବିଜେଡି ସୁପ୍ରିମୋ କହିଥିଲେ, ରାଜ୍ୟ ସରକାର ପିଇବା ପାଣି ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ଏକ ହଜାର କୋଟି ଟଙ୍କା । ପ୍ରାକୃତିକ ବିପର‌୍ୟ୍ୟୟ ହୁଡହୁଡ ତିତିଲି ସମୟରେ କେହି ଆସିଲେନି, ଆମେ ଲୋକଙ୍କ ସହ ଠିଆ ହୋଇ ରହିଥିଲୁ । ଏପରିକି ତିତିଲି ସମୟରେ ଓଡିଶାର ଅନେକ କ୍ଷୟକ୍ଷତି ହୋଇଥିଲା । କିନ୍ତୁ କେନ୍ଦ୍ର ସରକାର ଆନ୍ଧ୍ରକୁ ଆଗ ସାହାଯ୍ୟ କଲେ । ଓଡିଶା କଥା କେନ୍ଦ୍ର ସରକାରଙ୍କର ବହୁତ ପଛରେ ମନେ ପଡିଲା । ଏମାନେ ସବୁ ବିରାଡି ବୈଷ୍ଣବ ।
ମହିଳାମାନେ ହିଁ ରାଜ୍ୟର ଶକ୍ତି ଏବଂ ଏହି ଶକ୍ତି ହିଁ ଆମର ଭବିଷ୍ୟତ ବିକାଶକୁ ଆଗେଇ ନେବ। କେନ୍ଦ୍ର ସରକାର ଯୋଜନାରେ ୫ଲକ୍ଷ ମିଳୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ମା’ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆମ ସରକାର ୭ ଲକ୍ଷ ଟଙ୍କା ଦେଉଛି। ତେଣୁ ଓଡିଶାବାସୀ କୁହନ୍ତୁ ସେମାନଙ୍କୁ କେଉଁ ଯୋଜନା ଦରକାର । ଏହାସହ ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର । ଶେଷ ନିଶ୍ୱାସ ଥିବା ଯାଏଁ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions