Connect with us

ସମ୍ବଲପୁର ୯/୪ : ପ୍ରଚାର ଜୋରଦାର ହୋଇଛି । କଂଗ୍ରେସର ଚନ୍ଦ୍ରଶେଖର ନାଇଡୁ, ବିଜେପିର ଭୃଗୁ ବକ୍ସିପାତ୍ର ଓ ବିଜେଡିର ଚନ୍ଦ୍ରଶେଖର ସାହୁଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଆଜି ସବୁଦଳ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ଶେଷ ଉଦ୍ୟମ ଚଳାଇଛନ୍ତି । ସମ୍ବଲପୁରରେ ମଧ୍ୟ ଜୋର ଧରୁଛି ପ୍ରଚାର । ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି । ସେହିପରି ରେଢାଖୋଲ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ କ୍ୟାମ୍ପେନିଂ କରିଛନ୍ତି । ସମର୍ଥକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଛନ୍ତି ।
ଚଳିତ ନିର୍ବାଚନରେ କୋରାପୁଟ ଲୋକସଭା ଆସନ ପାଇଁ ବେଶ ରୋଚକ ହୋଇଛି ଲଢ଼େଇ । ବିଜେଡି ମହିଳା କାର୍ଡ ଖେଳି ବର୍ତ୍ତମାନର ସାଂସଦ ଝିନ୍ ହିକକାଙ୍କ ପତ୍ନୀ କୋ÷ଶଲ୍ୟା ହିକକାଙ୍କୁ ଟିକେଟ୍ ଦେଇଛି । ସେହିପରି ବିଜେଡିର ପୁରୁଣା ମୁହଁ ଜୟରାମ ପାଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ କରି ଏହି ଲଢ଼େଇକୁ ଆହୁରି ତେଜିୟାନ କରିଛି । ନିଜ ଦମରେ ସେ କେତେ ଭୋଟ୍ ଛଡାଇ ନେବେ ଏବେ ତାହା ବଡ ପ୍ରସଙ୍ଗ ହୋଇଛି । ଅନ୍ୟପଟେ କଂଗ୍ରେସର ଗଡ କୁହାଯାଉଥିବା ଏହି ନିର୍ବାଚନ ମଣ୍ଡଳୀରେ ଯୁବ ନେତା ସପ୍ତଗିରି ଉଲାକାଙ୍କୁ ଟିକେଟ ଦେଇ ଯୁବ ଭୋଟରଙ୍କୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛି ଦଳ । ବାରବାଟୀ କଟକରେ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି । ରାଜାବଗିଚା ବାସଭବନରେ ୨୮ ନମ୍ବର ୱାର୍ଡର ମହିଳା ମାନଙ୍କୁ ନେଇ ଏକ ସମ୍ମିଳନୀ କରାଯାଇଛି । ବିଜେଡି ବିଧାୟକ ପ୍ରାର୍ଥ ଦେବାଶିଷ ସାମନ୍ତରାୟ ମହିଳା ମାନଙ୍କୁ ସାଂଗରେ ନେଇ ପ୍ରଚାର ଆରମ୍ଭ କରିଛନ୍ତି ।
ପ୍ରଥମ ପର‌୍ୟ୍ୟାୟରେ ଗୁଣୁପୁରରେ ପଡିବ ଭୋଟ୍ । ଆଜି ନିର୍ବାଚନୀ ପ୍ରଚାରର ଶେଷ ଦିନ । ୫ଟି ବ୍ଲକ ଗୋଟିଏ ମ୍ୟୁନିସିପାଲଟିକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ଗମାଙ୍ଗ ପରିବାରର ନିକଟ ସଂପର୍କୀୟଙ୍କ ମଧ୍ୟରେ ଲଢେଇ ହେଉଛି । ବିଜେଡି ଟିକଟରୁ ରଘୁନାଥ ଗମାଙ୍ଗ ଫାଇଟ୍ କରୁଥିବା ବେଳେ କଂଗ୍ରେସ ଟିକଟରୁ ପୁରୁଷୋତ୍ତମ ଗମାଙ୍ଗ, ବିଜେପି ଟିକଟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ । ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ବିଜେଡି ବିଦ୍ରୋହୀ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ । ବିଜେଡି ଏଠି ହ୍ୟାଟ୍ରିକ ଲକ୍ଷ୍ୟରେ ଥିବାବେଳେ ଗଡ ସୁରକ୍ଷା ଚିନ୍ତାରେ କଂଗ୍ରେସ । ସବୁଠାରୁ ଦୁର୍ବଳ ସ୍ଥିତିରେ ଥିବା ବିଜେପି ପ୍ରାର୍ଥୀ ଶିଶିର ଗମାଙ୍ଗଙ୍କ ପାଇଁ ବାପା ଗିରିଧର ଗମାଙ୍ଗ ଜୋରସୋରରେ ପ୍ରଚାର କରୁଛନ୍ତି । ନବୀନ ସରକାରଙ୍କ ବିକାଶକୁ ଆଧାର କରି ଏଥିର ବାଜିମାତ୍ କରିବା ଲକ୍ଷ୍ୟରେ ଅଛନ୍ତି ବିଜେଡିର ନୂଆ ମୁହଁ ରଘୁନାଥ ଗମାଙ୍ଗ । କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଏବଂ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯୋଜନାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଚେଷ୍ଟା ଚଳାଇଛନ୍ତି । ସେପଟେ ବିଜେପି ଶିଶିର ଗମାଙ୍ଗଙ୍କୁ ଟିକଟ ଦେବା ପରେ ଯଦିଓ ଗୁଣୁପୁର ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତଥାପି ପୁଅ ପାଇଁ ଜୋରସୋରରେ ଲାଗିଛନ୍ତି ଗିରିଧର ଗମାଙ୍ଗ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions