Connect with us

ସମ୍ବଲପୁର ୧୬/୪ : ଭୋଟରମାନେ ଗୋଟିଏରେ ବଟନ ଦବାଇ ଲୋକସଭା ପ୍ରାର୍ଥୀ ବାଛିବେ ଓ ଅନ୍ୟଟିରେ ବିଧାନସଭା ପ୍ରାର୍ଥୀ। ଏହିଭଳି ନିର୍ବାଚନରେ ଚତୁର ମତଦାନ (ଟାକଟିକାଲ ଭୋଟିଂ)ର ସୁଯୋଗ ଥାଏ । ଅର୍ଥାତ ବିଧାନସଭା ପାଇଁ ଗୋଟିଏ ଦଳ ଓ ଲୋକସଭା ପାଇଁ ଅନ୍ୟ ଦଳର ପ୍ରାର୍ଥୀ ବାଛିବାର ସୁଯୋଗ ରହିଥାଏ। ପୂର୍ବରୁ ୨୦୧୪ ପର‌୍ୟ୍ୟନ୍ତ ନିର୍ବାଚନ ଗୁଡ଼ିକର ବିଶ୍ଲେଷଣ କଲେ ଏଭଳି ଭୋଟିଂ ପ୍ରାୟତଃ ଦେଖିବାକୁ ମିଳିନଥିଲା। ମାତ୍ର ୨୦୧୪ରେ ସମ୍ବଲପୁର ଲୋକସଭା ଅନ୍ତର୍ଗତ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଭଳି ଚତୁର ମତଦାନ ହୋଇଥିଲା। ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ନିଜ ନିକଟତମ ବିଜେପି ପ୍ରାର୍ଥୀଙ୍କୁ ପ୍ରାୟ ୧୦ ହଜାର ଭୋଟରେ ହରାଇ ନିର୍ବାଚିତ ହୋଇଥିଲାବେଳେ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କଠାରୁ ପ୍ରାୟ ୧୫ ହଜାର ଅଧିକ ଭୋଟ ପାଇଥିଲେ।
୧୪ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୫ଟିରେ ବିଜେଡି ଓ ୨ଟିରେ ବିଜେପି ବିଧାୟକ ଜିତିଥିଲେ। ବିଜେଡି ଜିତିଥିବା ୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ସମ୍ବଲପୁରକୁ ବାଦ ଦେଇ ଅନ୍ୟ ୪ଟିରେ ବିଜେଡିର ଲୋକସଭା ପ୍ରାର୍ଥୀ ମଧ୍ୟ ଅଧିକ ଭୋଟ ପାଇଥିଲେ। ଅପରପକ୍ଷରେ ବିଜେପି ଜିତିଥିବା ୨ଟି ବିଧାନସଭା ଓ ସମ୍ବଲପୁର ବିଧାନସଭା କ୍ଷେତ୍ରକୁ ମିଶାଇ ୩ଟିରେ ବିଜେପି ଲୋକସଭା ପ୍ରାର୍ଥୀ ଆଗୁଆ ରହିଥିଲେ। ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ୩ଟି ଆସନ ଛେଣ୍ଡିପଦା, ଆଠମଲ୍ଲିକ ଓ ରେଢ଼ାଖୋଲରେ କଂଗ୍ରେସ ପଛକୁ ତୃତୀୟ ସ୍ଥାନରେ ରହିଥିଲେ। କେବଳ ରେଂଗାଲି ନିର୍ବାଚନମଣ୍ଡଳୀରେ ଉଭୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ କମ୍ ଭୋଟ ବ୍ୟବଧାନ ରହିଥିଲା। ବିଧାନସଭାରେ ବିଜେଡି ପ୍ରାର୍ଥୀ ୧୮୩୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲାବେଳେ ଲୋକସଭାରେ ବିଜେଡି-ବିଜେପି ମଧ୍ୟରେ ଅନ୍ତର ଥିଲା ମାତ୍ର ୭୭୧ ଖଣ୍ଡ ଭୋଟ।
ତେବେ ଚଳିତ ନିର୍ବାଚନରେ ଚତୁର ଭୋଟିଂ ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ସମ୍ବଲପୁର ସହରାଞ୍ଚଳ ବ୍ୟତୀତ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ମଧ୍ୟ ଲୋକେ ଲୋକସଭା ଓ ବିଧାନସଭା ପାଇଁ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇ ପାରନ୍ତି ବୋଲି ସୂଚନା ମିଳୁଛି। ଏହାଛଡ଼ା ଚଳିତବର୍ଷ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଧିକାଂଶ ଆସନରେ ସ୍ଥିତି ଅସ୍ପଷ୍ଟ ରହିଛି। କୌଣସି ଆସନରେ ଏକ ନିର୍ଦ୍ଦିଷ୍ଟ ଦଳ ଜିତିବ ବୋଲି ଏଯାଏଁ ସ୍ପଷ୍ଟ ଚିତ୍ର ମିଳି ପାରି ନାହିଁ।
ସମ୍ବଲପୁର ଲୋକସଭା ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ଦୁଇ ବିଧାନସଭା ଆସନ ଆଠମଲ୍ଲିକ ଓ ଛେଣ୍ଡିପଦାରେ ପୂର୍ବରୁ ବିଜେପିର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିଲାବେଳେ ଏଥିରେ କିଛିଟା ଉନ୍ନତି ଆସିଛି। ମାତ୍ର ବିଜେଡିର ଦବଦବା ରହିଛି। ଏଭଳି ସ୍ଥିତିରେ ଲୋକସଭା ଓ ବିଧାନସଭା ପାଇଁ ଲୋକେ ଭିନ୍ନଭିନ୍ନ ପ୍ରାର୍ଥୀଙ୍କୁ ଭୋଟ ଦେଲେ ଦଳ ଗୁଡ଼ିକର ଗଣିତ ଗଡ଼ବଡ଼ ହୋଇ ଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେବେ ଆଉ କିଛି ବିଶେଷଜ୍ଞଙ୍କ ମତରେ ଆମ ଭୋଟରଙ୍କ ମଧ୍ୟରୁ ଅଧିକାଂଶ ଏବେ ବି ସେତେଟା ସଚେତନ ନୁହନ୍ତି। ୧୦% ଭୋଟର ପ୍ରାର୍ଥୀଙ୍କୁ, ୪୦% ଦଳକୁ ଓ ୫୦% ଭୋଟର ଏବେ ବି ଚିହ୍ନକୁ ଦେଖି ଭୋଟ ଦେଉଛନ୍ତି। ତେଣୁ ଏଥର ବି ଯେତେ ପରିମାଣର ଚତୁର ଭୋଟିଂ ହେବ ତାହା ଲୋକସଭା ଫଳାଫଳ ବଦଳାଇବାକୁ ଯଥେଷ୍ଟ ହେବ ନାହିଁ ବୋଲି ସେମାନେ କହନ୍ତି। ଏହା ହେଲେ ୭ ମଧ୍ୟରୁ ଯେଉଁ ଦଳ ୪ ବା ଅଧିକ ବିଧାନସଭା ଆସନ ଜିତିବ ସେହି ଦଳ ହିଁ ଲୋକସଭା ଆସନ ଜିତିବ ବୋଲି କୁହାଯାଉଛି।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions