Connect with us

ଭୁବନେଶ୍ୱର ୧୬/୪ : ୫ଟି ପ୍ରସଙ୍ଗକୁ ପାଧେୟ କରି ଆଜି ପୁଣି ଥରେ ଇସିଙ୍କ ନିକଟରେ ଫେରାଦ ହୋଇଛି ବିଜୁ ଜନତା ଦଳ । ହିଂଜିଳି ପୋଲିସ ଅଧିକାରୀଙ୍କୁ ୩ ଜଣ ବିଜେପି ନେତା ଗାଳି ଗୁଲଜ କରିବା ନେଇ ଅଭିଯୋଗ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଦାବୀ କରିଛି ଦଳ । ବିଜେଡି ଅଭିଯୋଗ ଅନୁସାରେ, ହିଂଜିଳରେ ବିଜେପି ପ୍ରାର୍ଥୀମାନେ ଖୋଲା ଖୋଲି ଭାବେ ପୁଲିସ ଅଧିକାରୀ ଏବଂ ନିର୍ବାଚନ କର୍ମଚାରୀଙ୍କୁ ଧମକ ଦେଉଛନ୍ତି । ଯାହାକି ଅପରାଧ ଅଟେ । ତେଣୁ ଏପ୍ରତି ମୁଖ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ବିଜେଡି ।
ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର‌୍ୟ୍ୟକ୍ରମ ବେଳେ ଦାୟିତ୍ୱରେ ଥିବା ଇସି ଅଧିକାରୀ ଫଟୋ ନେଉଥିଲେ । ତେବେ ଧର୍ମେନ୍ଦ୍ର ପୋଲିସକୁ ଫଟୋ ନେବା ପାଇଁ ତାଙ୍କୁ ବାରଣ କରିବା ପାଇଁ କହିଥିଲେ ।
ସୋସିଆଲ ମିଡିଆରେ ନବୀନଙ୍କୁ ବ୍ୟଙ୍ଗ କରାଯିବା ନେଇ ଅଭିଯୋଗ କରିଛି ବିଜେଡି । ଏଥିପାଇଁ ଇସିଙ୍କ କୌଣସି ଅନୁମତି ନିଆଯାଇନାହିଁ । କିଛିଦିନ ତଳେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ବ୍ୟଙ୍ଗାତ୍ମକ ଭାବରେ ଚିତ୍ରଣ କରାଯାଇଥିଲା । ତେବେ ନିୟମ ଅନୁସାରେ ସୋସିଆଲ ମିଡିଆରେ କୌଣସି ବି ନିର୍ବାଚନୀ ବିଜ୍ଞାପନ କରିବା ପୂର୍ବରୁ ପ୍ରଥମେ ଇଲେକ୍ସନ କମିଶନଙ୍କଠାରୁ ଅନୁମତି ଆଣିବାକୁ ପଡିବ । ଯାହାକି ବିଜେପି ଠାରେ ବାରମ୍ବାର ବ୍ୟତିକ୍ରମ ହେଉଥିବା ନେଇ ଦେଖିବାକୁ ମିଳିଛି । ତେଣୁ ଏସଂକ୍ରାନ୍ତ ଇସିଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରିଛି ବିଜେଡି ।
ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମଧ୍ୟ ଇସିଙ୍କଠାରେ ଫେରଦା ହୋଇଛି ବିଜେଡି । ଦଳର ଅଭିଯୋଗ ଅନୁସାରେ, ବୈଜୟନ୍ତ ଏବେ ତାଙ୍କର ସଦ୍ୟତମ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି କି, ସେ ଇମ୍ପା ତରଫରୁ ୨ କୋଟି ଟଙ୍କାର ଦରମା ନେଉଛନ୍ତି । ଯାହାକି ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ନଥିଲା । ସେହିଭଳି ବୈଜୟନ୍ତ ଯେଉଁ ହେଲିକପ୍ଟର ବ୍ୟବହାର କରୁଛନ୍ତି ତାହାର କୌଣସି ବାଣିଜ୍ୟିକ ଲାଇସେନ୍ସ ନାହିଁ । ହେଲିକାପ୍ଟର ଖର୍ଚ୍ଚକୁ ନିର୍ବାଚନୀ ଖର୍ଚ୍ଚରେ ଯୋଡାଯାଉ । ହେଲିକାପ୍ଟର ବ୍ୟବହାର ହିସାବ ରଖାଯାଉ ବୋଲି ଇସଙ୍କ ନିକଟରେ ଦାବୀ କରିଛି ବିଜେଡି । ସେହିଭଳି ଧର୍ମେନ୍ଦ୍ର ଅଣଓଡିଆ ଅଧିକାରୀ ଓ ପୋଲିସ ଅଧିକାରୀ ସରକାରଙ୍କୁ ଚଳାଉ ଥିବା ନେଇ ଧର୍ମେନ୍ଦ୍ରଙ୍କ ଅଭିଯୋଗ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରି ଇସିର ଫେରାଦ ହୋଇଛି ବିଜୁ ଜନତା ଦଳ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions