Connect with us

ସମ୍ବଲପୁର ୧୬/୪ : ଆଜି ସମ୍ବଲପୁର ସାଧାରଣ ସଭାରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆରେ ସଭାରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଓଡିଶା ଆସିବା ତାଙ୍କ ପାଇଁ ତୀର୍ଥଯାତ୍ରା ଭଳି । ପ୍ରଥମ ପର‌୍ୟ୍ୟାୟ ଭୋଟ ପରେ ପୁଣି ମୋଦି ସରକାର ଆସିବ ବୋଲି ତାଙ୍କର ବିଶ୍ୱାସ ଅଛି ।
ଓଡ଼ିଶାର ବିଜେଡ଼ି ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁର୍ବଳ ସରକାରଙ୍କ ଯୋଗୁଁ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଓଡ଼ିଶା ଗରିବ ହୋଇ ରହିଯାଇଛି । ଓଡିଶାରେ ମହାନଦୀ ଅଛି, କିନ୍ତୁ ଚାଷୀ ଚାଷ କରିପାରୁନାହାନ୍ତି ବୋଲି ମୋଦି ସଭାକୁ ସମ୍ବୋଧିତ କରି କହିଛନ୍ତି । ସେହିପରି ସେ କହିଛନ୍ତି ଯେ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ନାହିଁ । ଖାଲି ତାକୁ ଠିକ ଭାବେ କାର‌୍ୟ୍ୟକାରୀ କରିବାର ଅଭାବ ରହିଛି । ମହାନଦୀ ଓ ହୀରାକୁଦ ଥିଲେ ବି କୃଷକଙ୍କ ହାତ ବନ୍ଧା ହୋଇଛି । ହେଲେ କୃଷକ ଟୋପା ଟୋପା ପାଣି ପାଇଁ ଡହକବିକଳ ହେଉଛନ୍ତି । ୨୩ ମେ ଫଳାଫଳ ଆସିବ । ପୁଣି ଥରେ ସରକାର ଗଢିବ ଭାଜପା ସରକାର ବୋଲି ଦୃଢ଼ୋକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ । ଓନିଶାର ଜନତାଙ୍କ ବ୍ୟାଙ୍କ ଖାତାକୁ ସିଧା ସିଧା ସହାୟତା ପହଞ୍ଚିବ । ଜନତାଙ୍କ ଟଙ୍କାରେ କୌଣସି ବି ଦଲାଲ ପଞ୍ଜା ମାରିପାରିବ ନାହିଁ ।
ପୁଣି ଥରେ ଭାଜପା ସରକାର ଗଠନ ହେଲେ ପାଣି ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ତିଆରି କରାଯିବ । ବର୍ଷା ପାଣିର ବ୍ୟବହାର ପାଇଁ ନୂଆ ମିଶନ ହେବ । ପାଣି ସମସ୍ୟା କମ ହୋଇଯିବ । ଲୋକଙ୍କୁ ପାଣି ପାଇଁ ଡହକ ବିକାଳ ହେବାକୁ ପଡ଼ିବ ନାହିଁ । ଅଟଳ ସରକାରଙ୍କ ସମୟରେ ଆଦିବାସୀଙ୍କ ପାଇଁ ମନ୍ତ୍ରାଳୟ ହୋଇଥିଲା । ବିଜେପି ସରକାର ଗଢ଼ିଲେ ମତ୍ସ୍ୟଜୀବୀଙ୍କ ପାଇର୍ ଭିନ୍ନ ମନ୍ତ୍ରାଳୟ ତିଆରି ହେବ । ଖଣିଜ ସମ୍ପଦ ଓ ଓଡ଼ିଶାର ଶକକ୍ତି । ଓଡ଼ିଶାରଏହି ଶକ୍ତି ଯୋଗୁଁ ଦେଶ ଭାରତ ଆଉ ଅଧିକ ଶକ୍ତିଶାଳୀ ହେଉଛି । କିନ୍ତୁ ଓଡ଼ିଶା ଜଙ୍ଗଲରେ ରହୁଥିବା ଲୋକେ ଲୁଟର ଶିକାର ହେଉଛି ।
କେନ୍ଦ୍ର ରାଜ୍ୟକୁ ବିପୁଳ ପରିମାଣରେ ଟଙ୍କା ଦେଉଛନ୍ତି । ହେଲେ ରାଜ୍ୟର ବିଜେଡ଼ି ସରକାର ଟଙ୍କା ଖର୍ଚ୍ଚ କରିପାରୁନାହି । ଓଡ଼ିଶାବାସୀ ଛୋଟ ଛୋଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଜେଡ଼ି ସରକାରଙ୍କୁ ଏଥର ହଟାଇବା ଜରୁରୀ । ୨୦ ବର୍ଷ ଆଖି ବନ୍ଦ କରି ଜନତା ନବୀନ ସରକାରଙ୍କ ଉପରେ ଭରସା କଲେ । ହେଲେ ଓଡ଼ିଶାବାସୀ ଏବେ ମନ ପରିବର୍ତ୍ତନ କରିଛନ୍ତି । ଏଠାରେ ସରକାର ଚାଲାକିରେ କାମ କରୁଛି । ୧ ଟଙ୍କିଆ ଚାଉଳ ପାଇଁ କେନ୍ଦ୍ର ସରକାର ୧୯ ଖର୍ଚ୍ଚ କରୁଛନ୍ତି । ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଇ ଜନତାଙ୍କ ନିକଟରେ ପହଞ୍ଚାଉଛନ୍ତି । ଓଡ଼ିଶା ସରକାର ଶସ୍ତାରେ ଚାଉଳ ଦେଉଛନ୍ତି କହି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି । ବିଗତ ୫ ବର୍ଷରେ ଓଡ଼ିଶାବାସୀଙ୍କୁ ୧୨ ଲକ୍ଷରୁ ଅଧିକ ଘର ମିଳିଛି । ୨୦୨୨ ପର‌୍ୟ୍ୟନ୍ତ ଓଡ଼ିଶାରେ ସମସ୍ତଙ୍କର ନିଜର ପକ୍କା ଘର ହେବ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions