Connect with us

ନୂଆଦିଲ୍ଲୀ ୩୧/୫ : ନିର୍ବାଚନରେ ବିଜୟ ଲାଭ କରିଥିବା ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗତକାଲି କେନ୍ଦ୍ରରେ ଆରମ୍ଭ ହେଲା ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ, ମୋଟ ୫୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ତେବେ ଏବେ ମୋଦିଙ୍କ ମନ୍ତ୍ରିମଣ୍ଡଳର ରୁପରେଖ ସ୍ପଷ୍ଟ ହୋଇଛି ।
କ୍ୟାବିନେଟ୍ ମନ୍ତ୍ରୀ :
୧. ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ – ସାଧାରଣ ଅଭିଯୋଗ ଓ ପେନସନ୍, ପରମାଣୁ ଶକ୍ତି ଓ ଅନ୍ତରୀକ୍ଷ ମନ୍ତ୍ରାଳୟ
୨. ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ
୩. ଅମିତ ଶାହା – ଗୃହ ମନ୍ତ୍ରୀ
୪. ନୀତିନ ଗଡକରୀ – ପରିବହନ ମନ୍ତ୍ରୀ
୫.ସଦାନନ୍ଦ ଗୌଡ଼ା – ରସାୟନ ଓ ଉର୍ବରକ ମନ୍ତ୍ରାଳୟ
୬. ନିର୍ମଳା ସୀତାରମଣ – ଅର୍ଥ ମନ୍ତ୍ରାଳୟ
୭. ରାମ ବିଳାଶ ପାଶ୍ୱଓ୍ଵନ – ଖାଦ୍ୟ ଯୋଗାଣ ମନ୍ତ୍ରାଳୟ
୮. ନରେନ୍ଦ୍ର ସିଂହ ତୋମାର – କୃଷି ଓ କୃଷି କଲ୍ୟାଣ, ଗ୍ରାମୀଣ ବିକାଶ ଓ ପଂଚାୟତି ରାଜ
୯. ରବି ଶଙ୍କର ପ୍ରସାଦ – ଆଇନ୍, ସୂଚନା ଓ ପ୍ରଯୁକ୍ତ ବିଦ୍ୟା
୧୦. ହରସିମିରତ କୌର ବାଦଲ୍- ଖାଦ୍ୟ ପ୍ରକିୟା କରଣ ମନ୍ତ୍ରାଳୟ
୧୧. ଥାବର ଚାନ୍ଦ ଗେହଲତ୍ – ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରାଳୟ
୧୨. ଏସ୍. ଜୟଶଙ୍କର – ବୈଦେଶିକ ମନ୍ତ୍ରୀ
୧୩. ରମେଶ ପୋଖରିଆଲ୍ – ମାନବ ସମ୍ବଳ ବିକାଶ ମନ୍ତ୍ରୀ
୧୪. ଶ୍ରୀ ଅର୍ଜୁନ ମୁଣ୍ଡା – ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ
୧୫. ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ
୧୬. ଡକ୍ଟର ହର୍ଷବର୍ଦ୍ଧନ – ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ
୧୭. ପ୍ରକାଶ କେଶବ ଜାଓ୍ଵଡ଼େକର – ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
୧୮. ପିୟୁଷ ଗୋଏଲ – ରେଳ, ବାଣିଜ୍ୟ ଓ ଶିଳ୍ପ
୧୯. ଧର୍ମେନ୍ଦ୍ର ପ୍ରଧାନ – ପେଟ୍ରୋଲିୟମ, ପ୍ରାକୃତିକ ବାସ୍ପ ଇସ୍ପାତ୍
୨୦. ମୁକ୍ତାର ଅବାସ ନକଭି – ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ
୨୧. ପ୍ରହଲ୍ଳାଦ ଜୋଶୀ – ସଂସଦୀୟ ବ୍ୟାପରା, ଖଣି ଓ କୋଇଲା ମନ୍ତ୍ରୀ
୨୨. ଡକ୍ଟର ମହେନ୍ଦ୍ର ପାଣ୍ଡେ – ଦକ୍ଷତା ବିକାଶ ମନ୍ତ୍ରୀ
୨୩. ଡକ୍ଟର ଅରବିନ୍ଦ ସାଓ୍ଵନ୍ତ – ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ
୨୪. ଶ୍ରୀ ଗିରିରାଜ୍ ସିଂହ – ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ
୨୫. ଗଜେନ୍ଦ୍ର ସିଂହ ଶେଖାଓ୍ଵତ – ଜଳ ସମମ୍ପଦ ମନ୍ତ୍ରାଳୟ

ରାଷ୍ଟ୍ରମନ୍ତ୍ରୀ: (ସ୍ୱାଧୀନ ପାହ୍ୟା)
୨୬. ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର – ଶ୍ରମ ଓ ନିୟୋଜନ ( ସ୍ୱାଧୀନ )
୨୭. ରାଓ ଇନ୍ଦ୍ରଜିତ୍ ସିଂହ – ଯୋଜନା କାର‌୍ୟ୍ୟାନ୍ୱୟକ ରାଷ୍ଟ୍ରମନ୍ତ୍ରୀ
୨୮. ଶ୍ରୀପଦ ୟେସୋ ନାଇକ– ଆୟୁଷ ରାଷ୍ଟ୍ରମନ୍ତ୍ରୀ
୩୦. କିରନ ରିଜିଜୁ – କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
୩୧. ଶ୍ରୀ ପହଲ୍ଳାଦ ସିଂହ ପଟେଲ – ପର‌୍ୟ୍ୟଟନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ
୩୨. ରାଜ କୁମାର ସିଂହ– ଶକ୍ତି ରାଷ୍ଟ୍ରମନ୍ତ୍ରୀ
୩୩. ହରଦୀପ ସିଂହ ପୁରୀ– ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ
୩୪. ମନସୁଖ ମାଣ୍ଡବ୍ୟ – ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ:
ଫଗନ ସିଂ କୁଲସ୍ତେ – ଇସ୍ପାତ ମନ୍ତ୍ରୀ
ଅଶ୍ୱିନୀ କୁମାର ଚୌବେ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଅର୍ଜୁନ ରାମ ମେଘୱାଲ – ସଂସଦୀୟ ବ୍ୟାପାର, ଭାରିଶିଳ୍ପ ମନ୍ତ୍ରୀ
ଜେନେରାଲ ଭିକେ ସିଂହ – ପରିବହନ ଓ ରାଜପଥ ମନ୍ତ୍ରୀ
କ୍ରୀଷ୍ଣନପାଲ୍ ଗୁର୍ଜର – ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ଦାନଭେ ରାଓସାହେବ ଦାଦାରାଓ- ଖାଦ୍ୟ ଯୋଗାଣ ମନ୍ତ୍ରୀ
ଜି. କିଶନ ରେଡ୍ଡୀ – ଗୃହ ମନ୍ତ୍ରୀ
ପରଷୋତ୍ତମ ରୁପାଲା- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
ରାମଦାସ ଅଠାୱାଲେ -ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ସାଧ୍ୱୀ ନିରଞ୍ଜନ ଜ୍ୟୋତି – ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ବାବୁଲ ସୁପ୍ରିଓ – ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
ସଂଜୀବ ବାଲିଆନ – ପଶୁପାଳନ ଓ ମତ୍ସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ
ଧୋତ୍ରେ ସଂଜୟ ସାମରାଓ – ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ
ଅନୁରାଗ ଠାକୁର – ଅର୍ଥ, କର୍ପୋରେଟ ବ୍ୟାପାର ମନ୍ତ୍ରୀ
ସୁରେଶ ଅଙ୍ଗାଡ଼ି – ରେଳ ମନ୍ତ୍ରୀ
ନିତ୍ୟାନନ୍ଦ ରାୟ – ଗୃହ ମନ୍ତ୍ରୀ
ରତନ ଲାଲ କାଟାରିଆ – ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ଭି. ମୁରଲୀଧରନ – ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର ମନ୍ତ୍ରୀ
ରେଣୁକା ସିଂହ ସାରୁତା – ଆଦିବାସୀ ବ୍ୟାପାର ମନ୍ତ୍ରୀ
ସୋମ ପ୍ରକାଶ – ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ରାମେଶ୍ୱର ତେଲି ହେଲେ – ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ପ୍ରତାପ ଷଡ଼ଙ୍ଗୀ – ଗଝଗଋ, ପ୍ରାଣୀ ଓ ଗୋ, ମତ୍ସ୍ୟ ସଂପଦ ମନ୍ତ୍ରୀ
କୈଳାସ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
ଦେବଶ୍ରୀ ଚୌଧୁରୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଦେଶ ବିଦେଶ

ଆଦର୍ଶ ଘରଭଡା ଆଇନକୁ ‘ପଗଡ଼ି ଭଡାଟିଆଙ୍କ’ ବିରୋଧ

Published

on

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଦର୍ଶ ଘରଭଡ଼ା ଆଇନକୁ ‘ପଗଡ଼ି ଭଡାଟିଆ’ମାନେ ବିରୋଧ କରିବା ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀ ଏବଂ ଦେଶର ବଡ ବଡ ସହରରେ ଯେଉଁଠାରେ ପାଗଡ଼ି ବ୍ୟବସ୍ଥା ଚାଲିଛି ସେହିସବୁ ସହରରେ ଭଡାଟିଆମାନେ ନୂଆ ଆଦର୍ଶ ଘରଭଡା ଆଇନକୁ ନେଇ ଆସନ୍ତୁଷ୍ଟ ଅଛନ୍ତି।
ଘର ଏବଂ ଦୋକାନଘର ଭଡ଼ାରେ ନେଲାବେଳକୁ ସେମାନଙ୍କୁ ହଜାର ହଜାର ଏବଂ ଲକ୍ଷ ଲକ୍ଷ ଟଙ୍କା ପଗଡ଼ି ଦେବାକୁ ପଡିଛି। ବର୍ତ୍ତମାନ ନୂଆ ଆଇନ ଆସିଲେ ସେମାନଙ୍କୁ ଘର ମାଲିକସହ ନୂଆ ଘରଭଡ଼ା ଚୁକ୍ତି କରିବାକୁ ହେବ। ପଗଡ଼ି ଅର୍ଥର ଆଉ କିଛି ମାନେ ରହିବ ନାହିଁ। ବର୍ତ୍ତମାନର ବଜାର ଦରରେ ଘରଭଡା ଦେବାକୁ ହେବ।
ଦିଲ୍ଲୀର ସମ୍ଭ୍ରାନ୍ତ କନ୍ନଟ ପ୍ଲେସ ଅଂଚଳରେ ଥିବା ହଜାର ହଜାର ସଂଖ୍ୟର ଦୋକାନ ମାଲିକମନେ କ୍ଷତିଗ୍ରସ୍ତ ହେବେ।
ରାଜଧାନୀ ପଗଡି କିରାୟଦାର ସଂଗଠନ ପକ୍ଷରୁ ଏହି ଆଇନକୁ ବିରୋଧ କରାଯିବା ସହ ଏହି ଆଇନ ଫଳରେ ପଗଡ଼ି କିରାୟଦାରମନେ ବେଘର ହୋଇଯିବେ ଏବଂ ସେମାନଙ୍କର ବ୍ୟବସାୟ ବୁଡିଯିବ ବୋଲି କହିଛି। ଏହି ଆଇନ ଜମି ମାଫିଆମାନକୁ ସାହାଯ୍ୟ କରିବ ବୋଲି ସଂଗଠନ କହିଛି।
କେନ୍ଦ୍ର ସରକାରଙ୍କ ଆଦର୍ଶ ଘରଭଡା ଆଇନଫଳରେ ଭଡାଟିଆଙ୍କ କବଜାରେ ଥିବା ଘର ଓ ଦୋକାନଘରଗୁଡ଼ିକ ମଳିକମାନଙ୍କ ହାତକୁ ଫେରିବେ। ବର୍ତମାନ ଏନେକ ଭଡାଟିଆ ଅତି ଅଳ୍ପ ଭଡ଼ା ଦେଇ ସହରର ପ୍ରମୁଖ ସ୍ଥାନରେ ବର୍ଷ ବର୍ଷ ଧରି ଘରେ ରହି ଆସୁଛନ୍ତି।
କେନ୍ଦ୍ର ଆଦର୍ଶ ଘରଭଡା ଆଇନକୁ ରାଜ୍ୟ ସରକାରଗୁଡିକ ରାଜ୍ୟରେ ପ୍ରବର୍ତ୍ତନ କରିବା ପରେ ଏହା କାର୍ଯ୍ୟକାରୀ ହେବ।

Continue Reading

World

ଭାରତ ଆନ୍ତର୍ଜାତିକ ଷ୍ଟାର୍ଟଅପ ସମ୍ମିଳନୀ

Published

on

ଭୁବେନଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆନ୍ତର୍ଜାତିକ ଷ୍ଟାଟ୍‌ଅପ୍ ସମ୍ମିଳନୀ ‘ପ୍ରାରମ୍ଭ’କୁ ଆସନ୍ତା ଜାନୁୟାରୀ 16 ତାରିଖ ଦିନ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅପରାହ୍ନ 5ଟା ସମୟରେ ଉଦ୍‌ଘାଟନ କରିବେ ।

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ଏହା ଚଳିତ ଜାନୁୟାରୀ 15 ଏବଂ 16ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ।

ଗତ 2018 ମସିହା ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଠମାଣ୍ଡୁଠାରେ ଅନୁଷ୍ଠିତ ଚତୁର୍ଥ ବିମ୍‌ଷ୍ଟେକ୍ ସମ୍ମିଳନୀରେ ଭାରତ ବିମ୍‌ଷ୍ଟେଟ୍ ଷ୍ଟାଟଅପ ସିମ୍ମଳନୀର ଆୟୋଜନ କରିବ ବୋଲି ଘୋଷଣା କରିଥିଲେ । ଗତ 2016 ମସିହା ଜାନୁୟାରୀ 16ତାରିଖ ଦିନ ପ୍ରଧାନମନ୍ତ୍ରୀ ଷ୍ଟାଟ୍‌ଅପ ଇଣ୍ଡିଆ ଇନିସିଏଟିଭର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର 5ବର୍ଷ ପୂର୍ତି ଅବସରରେ ଏହି ବିମ୍‌ଷ୍ଟେଟ ଷ୍ଟାର୍ଟଅପ୍ ସମ୍ମିଳନୀ ‘ପ୍ରାରମ୍ଭ’ ଆୟୋଜିତ ହେଉଛି ।

ଏଥିରେ 25ଟିରୁ ଅଧିକ ଦେଶର 200ରୁ ଅଧିକ ବିଶ୍ୱସ୍ତରୀୟ ବକ୍ତା ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ଏହା ସର୍ବବୃହତ୍ ସମ୍ମିଳନୀ । ଏଥିରେ 24ଟି ଅଧିବେଶନରେ ‘ଷ୍ଟାର୍ଟଅପ୍ ଇକୋ ସିଷ୍ଟମ’କୁ ବିଶ୍ୱବ୍ୟାପୀ ସୁଦୁଢ କରିବାକୁ ବହୁପକ୍ଷୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

Continue Reading

ଅର୍ଥନୀତି

ଦେଶର ବେକାରୀ ଡାଟା ପାଇଁ ଡାଟା ମ୍ୟାନ ଦଣ୍ଡିତ

Published

on

ନୂଆଦିଲ୍ଲୀ: ଦେଶର ବେକାରୀ ସଂଖ୍ୟା ଗତ ୪୫ ବର୍ଷରେ ସର୍ବାଧିକ। ଏହି ତଥ୍ୟ ପ୍ରକାଶ କରିବା ଆଜି ଦେଶର ଚିଫ ଷ୍ଟାଷ୍ଟିସିଆନ ତଥା କେନ୍ଦ୍ର ଷ୍ଟାଷ୍ଟିକସ ଅଣ୍ଡ ପ୍ରୋଗ୍ରାମ ଇଂପ୍ଲିମେଂଟସନ ବିଭାଗର ସଚିବ ପ୍ରବୀଣ ଶ୍ରୀବାସ୍ତବଙ୍କ ପାଇଁ ବେଶ ମହଙ୍ଗା ପଡିଛି।

ପ୍ରବୀନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ ତାରିଖରେ ସରୁଛି। ତାଙ୍କର ଚାକିରୀକାଳ ବୃଦ୍ଧି ପାଇଁ ପ୍ରସ୍ତାବ ଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ତାହାକୁ ନାକଚ କରି ଦେଇଛି।

ଶ୍ରୀବାସ୍ତବ, ୧୯୮୩ ବ୍ୟଚର ଇଣ୍ଡିଆନ ଷ୍ଟାଷ୍ଟିକାଲ ଅଫିସର, ଗତ ୨୦୧୮ ଅକ୍ଟୋବରରେ ଦେଶର ଚିଫ ଷ୍ଟାଷ୍ଟିଆନ ପଦବୀରେ ନିିଯୁକ୍ତି ପାଇଥିଲେ।

ଶୁଣା ଯାଉଛି ଯେ ବେକାରୀ ଡାଟା ଗଣମାଧ୍ୟମରେ ଲିକ ହେବା ଫଳରେ ସରକାରଙ୍କୁ ବିରୋଧୀ ଦଳର ସମାଲୋଚନାର ଶରବ୍ୟ ହେବାକୁ ପଡିଲା। ଏହି କାରଣରୁ ଶ୍ରୀବାସ୍ତବଙ୍କୁ ଆଉ ଅନୁଗ୍ରହ ଦେଖାଇବାକୁ ସରକାର ଚାହିଁଲେ ନାହିଁ।

ପୁର୍ବରୁ ପ୍ରଣବ ସେନ ଓ ଟି ସି ଏ ଅନନ୍ତ ଏହି ପଦବୀରେ ଥଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions